• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଦେବଦମ୍ପତ୍ତିଙ୍କ ଶୋଭାଯାତ୍ରା ଦର୍ଶନ ପାଇଁ ପାଞ୍ଚ ଲକ୍ଷ ଶ୍ରଦ୍ଧାଳୁ

May 23, 2015 by News Bureau Leave a Comment

ଓଡିଶା ଡଟ କମ: ଶାନ୍ତନୁ ବିଶ୍ଵାଳ

ସମ୍ବଲପୁର, ମଇ ୨୩ (ଓଡିଶା ଡଟ କମ) ଶୀତଳଷଷ୍ଠୀ ଯାତ୍ରାରେ ଭଗବାନ ଶିବ ଓ ମା ପାର୍ବତୀଙ୍କ ବିବାହ ପରେ ଶନିବାର ମଧ୍ୟରାତ୍ରରୁ ଆରମ୍ଭ ହେବାକୁ ଯାଉଥିବା ସେମାନଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ଦେଖିବା ପାଇଁ ସମ୍ବଲପୁର ସହରରେ ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ଵ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଜିଲ୍ଲା ପୁଲିସ ମୁଖ୍ୟ ଅଖିଳେଶ୍ଵର ସିଂହ କହିଛନ୍ତି।

sithalsasthi sbp odisha.comସହରରେ ଶାନ୍ତି ଶ୍ତୃଙ୍ଖଳା ରକ୍ଷା ପାଇଁ ପ୍ରାୟ ୧୨୦୦ ପୁଲିସ କର୍ମଚାରୀ ନିଯୋଜିତ ହେବା ସହ ଯାତ୍ରା ସମୟରେ କୌଣସି ଅପ୍ରୀତିକର ଘଟଣାର ମୁକାବିଲା କରିବା ପାଇଁ ତିନୋଟି କୁଇକ ଏକ୍ସନ୍ ଟିମ, ଏବଂ ଇଭ ଟିଜିଙ୍ଗ ରୋକିବା, ତଥା  ମଦ ପିଇ କେହି ଗଣ୍ଡଗୋଳ କଲେ ତାଙ୍କୁ ଧରିବା ପାଇଁ ଆଠୋଟି ଦଳ ମୁତୟନ କରାଯାଇଥିବା ସେ ଓଡିଶା ଡଟ କମକୁ କହିଛନ୍ତି ।

କର୍ପୋରେସନ ଅଞ୍ଚଳରେ ସମସ୍ତ ମଦ ଦୋକାନକୁ ପୂର୍ବରୁ ସିଲ କରିଦିଆଯାଇଥିବା ବେଳେ, ଗତ ତିନିଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ମଦ ପିଇ ଗଣ୍ଡଗୋଳ କରିବା ବା ମଦ ବିକ୍ରି କରିବା ଅଭିଯୋଗରେ ପ୍ରାୟ ୭୦ ଜଣଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି ।

ଶନିବାର ରାତିରେ ଓ ରବିବାର ଦିନ ବେଳା ଆହୁରି ଦୁଇ ତିନି ଲକ୍ଷ ଲୋକଙ୍କ ସମାଗମ ହେବ ସମ୍ଭାବନା ଥିବାରୁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ସେ କହିଛନ୍ତି।

ପ୍ରାୟ ଦେଢଲକ୍ଷ ଜନସଂଖ୍ୟା ବିଶିଷ୍ଟ ସମ୍ବଲପୁର ସହରରେ ପ୍ରତିବର୍ଷ ଆୟୋଜିତ ହେଉଥିବା ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କର ବିବାହୋତ୍ସବ ଦେଖିବାକୁ ପ୍ରାୟ ସାତ ରୁ ଆଠ ଲକ୍ଷ ଲୋକ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଂଚଳରୁ ଆସିଥାନ୍ତି ।

ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ଏହି ବିବାହ ଉତ୍ସବ ଏବଂ ତା ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଇଥାଏ । ସହରର ଦୁଇଟି ପରିବାର ଭଗବାନ ଶିବଙ୍କ ପରିବାର ଓ ଦେବୀ ପାର୍ବତୀଙ୍କ ପରିବାରର ଭୁମିକା ତୁଲାଇ ପାରମ୍ପରିକ ଭାବେ ସେମାନଙ୍କର ବିବାହୋତ୍ସବର ଆୟୋଜନ କରିଥାନ୍ତି ।

ସହରର ବାସିନ୍ଦାମାନେ ମଧ୍ୟ ଅନୂରୁପ ଉଭୟ ପକ୍ଷର ଲୋକଭାବେ ନିଜକୁ ଚିହ୍ନଟ କରି ଉକ୍ତ ଉତ୍ସବରେ ଯୋଗଦେଇଥାନ୍ତି । ଅନ୍ୟ ହିନ୍ଦୁ ବିବାହ ଭଳି ନିର୍ବନ୍ଧ ଠାରୁ ଆରମ୍ଭ କରି ବରଯାତ୍ରୀ ଯିବା,ହାତ ଗଣ୍ଠି ପଡ଼ିବା ଇତ୍ୟାଦି ସମସ୍ତ ପାରମ୍ପାରିକ ବୈଦିକ ରୀତିନୀତିକୁ ଏହି ଉତ୍ସବରେ ଅନୁକରଣ କରାଯାଇଥାଏ ।

ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ନବ ବିବାହିତା ଦେବ ଦମ୍ପତ୍ତି ଦେବଦେବ ମହାଦେବ ଓ ମାତା ପାର୍ବତୀ ଯୁଗଳ ଦର୍ଶନ ଶୋଭାଯାତ୍ରାର ରହିଛି ସ୍ଵତନ୍ତ୍ର ବିଶେଷତ୍ଵ ।

ସବୁ ଶିବ ମନ୍ଦିରରେ ଶିବ ବିବାହ ପାଳନ କରାଯାଉଥିବାବେଳେ ଏଠାରେ ଶୀତଳଷଷ୍ଠୀ ଯାତ୍ରାରେ ବିବାହ ପରେ ଦେବଦେବ ମହାଦେବ ମାତା ପାର୍ବତୀଙ୍କୁ ସାଙ୍ଗରେ ଧରି ୧୮ ଘଣ୍ଟା ସହର ପରିକ୍ରମା କରିଥାନ୍ତି। ଏହି ଶୋଭାଯାତ୍ରା ସମୟରେ ପ୍ରଭୁ ମହାଦେବ ବୃଷଭ ବାହନରେ ଆସିନ ହୋଇଥିବେଳେ ମାତା ପାର୍ବତୀ ସିଂହ ବାହନରେ ଆସିନ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।

ଯୁଗଳ ଦର୍ଶନ ଶୋଭାଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରର ୧୦ ହଜାରରୁ ଅଧିକ କଳାକାର ସାମିଲହୋଇ ନିଜର କଳା ପ୍ରତିଭାର ପ୍ରଦର୍ଶନ କରିଥାନ୍ତି । ଲକ୍ଷାଧିକ ଭକ୍ତଙ୍କ ଗହଣରେ ବାଜା ଓ ନାଚ ଗୀତରେ ତାଳେ ତାଳେ ଚାଲିଥାଏ ଶୋଭାଯାତ୍ରା ।

ସାଧାରଣ ଭକ୍ତଟିଏ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କୁ ନିଜ ଘର ସାମନାରେ ଦର୍ଶନ କରିବାର ସୁଯୋଗ ପାଇବା ସହ ପୂଜାର୍ଚନା କରିଥାଏ ।

ଯାତ୍ରାରେ ସାମିଲ ହୋଇଥିବା ଭକ୍ତଙ୍କର କହିବା କଥା ହେଉଛି ଯେହେତୁ ମାତା ପାର୍ବତୀଙ୍କୁ ବିବାହ କରି ମହାଦେବ ମନ୍ଦିରକୁ ପ୍ରତ୍ୟାବର୍ତନ କରୁଥାନ୍ତି ସେତେବେଳେ ସେ ଅତ୍ୟଧିକ ପ୍ରସନ୍ନ ଥାନ୍ତି। ଭକ୍ତଙ୍କ ବିଶ୍ଵାସ ରହିଛି ଯେ ମହାଦେବ ସହଜେ ଆଶୁତୋଷ । ଆଉ ଏହି ଯାତ୍ରା ବେଳେ ସେ ଯେତେବେଳେ ପ୍ରସନ୍ନ ଥାନ୍ତି ସେତେବେଳେ ସେ ଆଶିଷ ପ୍ରଦାନ କରିଥାନ୍ତି।

କିଛି ଭକ୍ତ ଏପରି ବି କୁହନ୍ତି ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନରେ ଯାହା ଫଳ ପ୍ରାପ୍ତି ହୁଏ ଏହି ଯୁଗଳ ଦର୍ଶନରେ ତାଠାରୁ ଅଧିକ ଫଳ ମିଳେ । ଶିବ ବିବାହ ତଥା ଏହି ଯୁଗଳ ଦର୍ଶନରେ ସାମିଲ ହୋଇ ନୃତ୍ୟକଲେ ଅର୍ଧନାରୀଶ୍ଵର ତଥା କିନ୍ନର ଜୀବନରୁ ମୁକ୍ତି ମିଳେ ବୋଲି ବିଶ୍ଵାସ କରି ଦେଶର ବିଭିନ୍ନ ପ୍ରାନ୍ତ ଯଥା ବମ୍ବେ ଦିଲ୍ଲୀ, ହାଇଦ୍ରାବାଦରୁ ଓ ବାଙ୍ଗାଲୋର କାହିଁ କେତେଆଡୁ ସେମାନେ ଛୁଟି ଆସିଥାନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ଧର୍ମ Tagged With: ଯାତ୍ରା, ଶୀତଳଷଷ୍ଠୀ, ସମ୍ବଲପୁର

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version