Site icon Odisha.com

ବିଜେବି ମହାବିଦ୍ୟାଳୟ ଯୁକ୍ତ ତିନି ପରୀକ୍ଷାରେ ଛାତ୍ରୀଙ୍କ ବାଜିମାତ

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ଵର,ମଇ ୨୪ (ଓଡିଶା ଡଟ କମ) ଶନିବାର ପ୍ରକାଶିତ ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀ ଭଲ ପ୍ରଦର୍ଶନ କରି ଥିବା ବେଳେ ଛବିଶିଟି ବିଭାଗରୁ ତେଇଶିଟିରେ ଛାତ୍ରୀମାନେ ଟପ୍ପର ହୋଇଛନ୍ତି।

କଲେଜ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ବିଜ୍ଞାନରେ ପ୍ରାଣୀବିଜ୍ଞାନ ସମ୍ମାନର ଛାତ୍ରୀ ନୀଳିମା ମହାପାତ୍ର ସମ୍ମାନରେ ୭୦୯ ଓ ମୋଟରେ ୧୫୪୨ ନମ୍ବର ରଖି ଟପ୍ପର ହୋଇଥିବାବେଳେ, କଳାରେ ମନସ୍ତତ୍ତ୍ଵ ବିଜ୍ଞାନ ଛାତ୍ରୀ କୁମକୁମ ପଟ୍ଟନାୟକ ୧୪୧୦ ଓ ବାଣିଜ୍ୟରେ ଆକାଉଣ୍ଟିଙ୍ଗ ଛାତ୍ରୀ ମେଧା ତିବ୍ରେୱାଲ ୧୪୨୭ ମାର୍କ ରଖି ଟପ୍ପର ହୋଇଛନ୍ତି।

ଚଳିତ ବର୍ଷ ବିଜେବି ମହାବିଦ୍ୟାଳୟରେ ୯୫୨ ଜଣ ପରୀକ୍ଷା ଦେଇଥିବାବେଳେ ପାସ ହୋଇଛନ୍ତି ୮୩୭ ଜଣ । କଲେଜର ସର୍ବୋମୋଟ ପାସହାର ହେଉଛି ୮୭.୯୨ପ୍ରତିଶତ । ସେଥିମଧ୍ୟରୁ ବିଜ୍ଞାନରେ ୧୯୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ବାଣିଜ୍ୟରେ ୨୬୨ ଜଣଙ୍କ ମଧ୍ୟରୁ ୨୪୦ ଜଣ ଓ କାଳାରେ ୪୯୩ ଜଣ ପରିକ୍ଷାର୍ଥୀଙ୍କ ମଧ୍ୟରୁ ୪୨୪ ଜଣ ପାସ ହୋଇଛନ୍ତି।

ସେହିପରି ବିଜ୍ଞାନରେ ପାସହାର ୮୭.୭ ପ୍ରତିଶତ ଥିବା ବେଳେ ବାଣିଜ୍ୟରେ ୯୧.୬ ପ୍ରତିଶତ ଓ କାଳରେ ୮୬ ପ୍ରତିଶତ।

ବିଜ୍ଞାନରେ ୧୨୫ ଜଣ ପ୍ରଥମ ଶ୍ରେଣୀରେ ଡିଷ୍ଟିଙ୍ଗସନ ପାଇଥିବାବେଳେ ୩୪ ଜଣ ପ୍ରଥମ ଶ୍ରେଣୀ ରେ ପାସ କରିଛନ୍ତି। ବାଣିଜ୍ୟରେ ୧୭୨ ଜଣ ପ୍ରଥମ ଶ୍ରେଣୀରେ ଡିଷ୍ଟିଙ୍ଗସନ ପାଇଥିବାବେଳେ ୧୧ ଜଣ ପ୍ରଥମ ଶ୍ରେଣୀ ରେ ପାସ କରିଛନ୍ତି । କଳାରେ ୨୧୧ ଜଣ ପ୍ରଥମ ଶ୍ରେଣୀରେ ଡିଷ୍ଟିଙ୍ଗସନ ପାଇଛନ୍ତି ଓ ୪୩ ଜଣ ପ୍ରଥମ ଶ୍ରେଣୀ ରେ ପାସ ହୋଇଛନ୍ତି ।

ଓଡିଶା ଡଟ କମ

Exit mobile version