Site icon Odisha.com

ଜେଇଇ ଏଡଭାନସଡ ପରୀକ୍ଷାରେ ଓଡ଼ିଶାରୁ ୩୪୦୩ ଜଣ

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ଵର,ମଇ ୨୪ (ଓଡିଶା ଡଟ କମ) ଦେଶରେ ଥିବା ୧୬ଟି ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲଜି ( ଆଇଆଇଟି) ଓ ଧାନବାଦ ସ୍ଥିତ ଇଣ୍ଡିଆନ ସ୍କୁଲ ଅଫ ମାଇନ୍ସ (ଆଇଏସଏମ)ରେ ନାମ ଲେଖା ପାଇଁ ରବିବାର ଅନୁଷ୍ଠିତ ହେଉଥିବା ଯୁଗ୍ମ ପ୍ରବେଶିକ ପରୀକ୍ଷା (ଜେଇଇ) ଏଡଭାନସଡରେ ଓଡ଼ିଶାର ୩୪୦୩ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।
ଜେଇଇ ମେନର ପ୍ରଥମ ଦେଢ ଲକ୍ଷ ସ୍ଥାନରେ ରହିଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି । ଭୁବନେଶ୍ଵର ଓ ରାଉରକେଲାରେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପରୀକ୍ଷା ଚାଲିଛି। ଦୁଇଟି ସିଟିଙ୍ଗ ରେ ପରୀକ୍ଷା ହେଉଛି।

ପ୍ରଥମ ସିଟିଙ୍ଗ ସକାଳ ୯ଟା ରୁ ମଧ୍ୟାହ୍ନ ୧୨ଟା ଓ ଦ୍ଵିତୀୟ ସିଟିଙ୍ଗ ପରୀକ୍ଷା ପାଇଁ ଅପରାହ୍ନ ୨ଟା ରୁ ୫ଟା ସମୟ ରହିଛି । ପରୀକ୍ଷାର ସୁପରିଚାଳନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସର ସହାୟତା ନିଆଯାଇଛି।

ଓଡିଶା ଡଟ କମ

Exit mobile version