Site icon Odisha.com

ଜଗତଗୁରୁ ଶଙ୍କରାଚ।ର୍ଯ୍ୟଙ୍କୁ ମନାଇବ ଶ୍ରୀମନ୍ଦିର ପ୍ରଶାସନ

ଓଡିଶା ଡଟ କମ ସମ୍ବାଦଦାତା

ପୁରୀ,ମଇ ୨୫ (ଓଡିଶା ଡଟ କମ) : ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଅନୁରୋଧ କରିବ ଶ୍ରୀମନ୍ଦିର ପ୍ରଶାସନ। ଖୋଦ ଗଜପତି ମହାରାଜ ଏଥିପାଇଁ ଜଗତଗୁରୁଙ୍କୁ ନିମତ୍ରଣ କରିବାକୁ ଯିବେ। ସ୍ନାନ ପୁର୍ଣିମାରେ ଶଙ୍କରାଚ।ର୍ଯ୍ୟଙ୍କ ଆଗମନକୁ ସ୍ଵାଗତ କରାଯିବ ବୋଲି ରବିବାର ଅନୁଷ୍ଠିତ ପରିଚାଳନା କମିଟିର ବୈଠକରେ ସ୍ଥିର ହୋଇଛି।

ଶଙ୍କରାଚ।ର୍ଯ୍ୟଙ୍କ ଉଦବେଗ ଜନିତ ମନ୍ତବ୍ୟ ନେଇ ବୈଠକରେ ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନର ବିବାଦୀୟ ଚିଠି ଯୋଗୁଁ ଜଗତଗୁରୁ ଗତବର୍ଷ ରଥଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିନଥିଲେ। ତେଣୁ ଆଗାମୀ ରଥଯାତ୍ରାରେ ଜଗତଗୁରୁଙ୍କୁ ସମ୍ମାନର ସହ ନିମତ୍ରଣ କରିବାକୁ ମୁକ୍ତିମଣ୍ଡପ ପଣ୍ଡିତସଭାର ସଭ୍ୟ ପ୍ରସ୍ତାବ ଦେଇଥିଲେ। ସର୍ବସମ୍ମତି କ୍ରମେ ଏହାକୁ ଗ୍ରହଣ କରଯାଇଥିଲା।

ଜୁନ ୨ ରେ ଅନୁଷ୍ଠିତ ହେବାକୁଥିବା ସ୍ନାନଯାତ୍ରାରେ ୬ଜଣ ଶିଷ୍ୟଙ୍କ ସହ ଜଗତଗୁରୁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ବିଜେ କରିବେ। ଗୋବର୍ଦ୍ଧନ ପୀଠର ଏହି ପ୍ରସ୍ତାବକୁ ପରିଚାଳନା କମିଟି ସ୍ଵାଗତ କରିଛି। ସ୍ନାନବେଦୀରେ ବିଜେ କରିଥିବାବେଳେ ମହାପ୍ରଭୁଙ୍କୁ କୌଣସି ଅଣସେବାୟତ ସ୍ପର୍ଶ କରିପାରିବ ନ।ହିଁ। ଛତିଶ ନିଯୋଗରା ଏହି ପ୍ରସ୍ତାବ ଉପରେ ପରିଚାଳନା କମିଟି ମୋହର ମାରିଛି।

ଏହାଛଡା ହାତୀବେଶ ସୁରକ୍ଷା ଦାୟିତ୍ଵରେ ୪ ଜଣ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯିବ ବୋଲି ସ୍ଥିର ହୋଇଛି। ଲକ୍ଷାଧିକ ଭକ୍ତ ବଡଦାଣ୍ଡରେ ଛିଡା ହୋଇ ମହାପ୍ରଭୁଙ୍କୁ ଦର୍ଶନ କରୁଥିବାରୁ ସ୍ନାନବେଦୀ ଆଗରେ କାହାକୁ ଛିଡାହେବାକୁ ଅନୁମତି ଦିଆଯିବନ।ହିଁ। ସ୍ନାନପୁର୍ଣିମାରା ନୀତି ନିର୍ଘଣ୍ଟ କୁ ବୈଠକରେ ଅନୁମୋଦନ କରାଯାଇଛି। ଏହାର ସେବାୟତଙ୍କ ପାଳିଆ ପୁରସ୍କାର ଦୁଇଗୁଣ ବୃଦ୍ଧି କରାଯାଇଛି।

ଗତ ଏପ୍ରିଲ ୧ ତାରିଖଠାରୁ ଏହା ଲାଗୁ କରାଯିବ। ସେବାୟତଙ୍କ ପାଇଁ ପ୍ରଧାନମନ୍ତ୍ରୀ ବୀମା ଯୋଜନା ଲାଗୁକରାଯିବା। ଏହାର ସମସ୍ତ ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରିବ। ଏହାସହ ଦାରୁ ମିଳିଥିବା ଗାଁଗୁଡିକୁ ୫ଲକ୍ଷ ଟଙ୍କା
ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସ୍ଥିର ହୋଇଛି।

ଓଡିଶା ଡଟ କମ

Exit mobile version