Site icon Odisha.com

ପ୍ରଦୀପ ମହାରଥୀଙ୍କ ଦ୍ଵାରା “ଓପୋଲଫେଡ଼ ଚିକେନ ଫ୍ରେସ” ଉଦଦ୍ଘାଟିତ

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ଵର,ମଇ ୨୫ (ଓଡିଶା ଡଟ କମ) : ସହିଦନଗର ସ୍ଥିତ ଭେଟନାରୀ ହସ୍ପିଟାଲ ପରିସରରେ ରବିବାରଦିନ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ପ୍ରଦୀପ ମହାରଥୀ “ଓପୋଲଫେଡ଼ ଚିକେନ ଫ୍ରେସ” କୁ ଉଦ୍ଦଘାଟନ କରିଛନ୍ତି ।

ପୂର୍ବରୁ ରାଜଧାନୀବାସୀ ଯେପରି ଚିଲିକା ଫ୍ରେସ ଜରିଆରେ ତଟକା ମାଛ ପାଇପାରୁଥିଲେ, ସେହିପରି “ଓପୋଲଫେଡ଼ ଚିକେନ ଫ୍ରେସ” ରେ ବିଭିନ୍ନ ପ୍ରକାର କୁକୁଡାର ତଟକା ମାଂସ ବଜାର ଠାରୁ କମ ଦାମରେ ପାଇପାରିବେ।

ଏହି ଚିକେନ ଫ୍ରେସ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ବେଳେ ଏଥିରେ ତାଜା କୁକୁଡା ମାଂସ, ଅଣ୍ଡା, ଓ ବିଭିନ୍ନ ପ୍ରଜାତିର ଯଥା ଦେଶୀ କୁକୁଡା, ବନରାଜ କୁକୁଡା ସହ ବିଭିନ୍ନ ପ୍ରଜାତିର ମାଂସଳ କୁକୁଡା ମିଳିବ। । ଆଗକୁ ଓପୋଲଫେଡ଼ ଭେଙ୍କିସ ଇଣ୍ଡିଆ ସହ ଚୁକ୍ତି କରି ଏଠାରେ ବିଭନ୍ନ ପୁଷ୍ଟିକର କୁକୁଡା ଜାତ ଦ୍ରବ୍ୟରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ମଧ୍ୟ ବିକ୍ରି କରାଯିବ ।

ତେବେ ଏହି ଚିକେନ ସ୍ଟୋର ପ୍ରଥମ ପ୍ରର୍ଯ୍ୟାୟରେ ପାଞ୍ଚଟି ସ୍ଥାନରେ ଖୋଲିଯିବା ର ଯୋଜନା ରହିଥିବା ବେଳେ ଆଉ ପାଞ୍ଚଟି ସ୍ଟୋର ପରବର୍ତ୍ତୀ ମୁହୁର୍ତରେ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏହି ଉଦଦ୍ଘାଟନି କାର୍ଯ୍ୟକ୍ରମରେ ବିଧାୟକ ବିଜୟ କୁମାର ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ସ୍ଥାନୀୟ କର୍ପୋରେଟର ଶାଶ୍ଵତୀ ମିଶ୍ର, ବିଭାଗୀୟ ସଚିବ ବିଷ୍ଣୁପାଦ ସେଠୀ, ନିର୍ଦ୍ଦେଶକ ଦେବୀ ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ଡଟ କମ

Exit mobile version