Site icon Odisha.com

ନନ୍ଦନକାନନ ଆସିଲେ ସାତ ନୂଆ ଅତିଥି

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ଵର,ମଇ ୨୬ (ଓଡିଶା ଡଟ କମ): ନନ୍ଦନକାନନର ଏକ ସ୍ଵତନ୍ତ୍ର ଟିମ ଦ୍ଵାରା ସୋମବାର ମଧ୍ୟରାତ୍ରିରେ ପ୍ରାଣୀ ଉଦ୍ୟାନ କୁ ଆସିଛନ୍ତି ସାତ ନୂଆ ଅତିଥି। ଏମାନଙ୍କ ମଧ୍ୟରେ ଦୁଇ ଗୟଳ ଓ ପାଞ୍ଚ ମଣିପୁରୀ ହରିଣ ଆସିଛନ୍ତି ।

ଦୁଇ ଗୟଳଙ୍କୁ ପଞ୍ଜାବ ଚଣ୍ଡିଗଡର ଛତବିର ଚିଡିଆଖାନାରୁ ଚାରୋଟି ପାଣିଗୋଧି, ଚାରୋଟି ଚଉଶିଙ୍ଗା ହରିଣ ଓ ଚାରୋଟି ଗେଣ୍ଡାଳିଆଙ୍କ ପ୍ରତିବଦଳରେ ଅଣାଯାଇଥିବା ବେଳେ ପାଞ୍ଚ ମଣିପୁରୀ ହରିଣଙ୍କୁ ଦିଲ୍ଲୀ ପ୍ରାଣୀ ଉଦ୍ୟାନରୁ ଚାରୋଟି ପାଣିଗୋଧି ଓ ଚାରୋଟି ଚଉଶିଙ୍ଗା ହରିଣ ଙ୍କ ବଦଳରେ ଅଣାଯାଇଛି ।

ଏହି ଦୁଇ ଗୟଳଙ୍କ ମଧ୍ୟରେ ଗୋଟିଏ ପୁରୁଷ ଓ ଅନ୍ୟଟି ମାଈ ଅଟେ । ଏମାନଙ୍କ ବୟସ ପାଖାପାଖି ଆଠ ରୁ ଦଶ ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି । ସେହିପରି ଆସିଥିବା ପାଞ୍ଚ ମଣିପୁରୀ ହରିଣ ମଧ୍ୟରେ ତିନିଟି ମାଈ ହରିଣ ଓ ଦୁଇଟି ଅଣ୍ଡିରା ହରିଣ ଥିବା ନନ୍ଦନକାନନ ବିଭାଗ ତରଫରୁ କୁହାଯାଇଛି।

ନନ୍ଦନକାନନରେ ପହଞ୍ଚିବା ପରେ ପ୍ରଥମେ ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ପରେ ଏମାନଙ୍କୁ ଫାଙ୍କା ପଡିଥିବା ଜେବ୍ରା ଏନକ୍ଳୋଜର ମଧ୍ୟରେ ରଖାଯାଇଛି ।

ସହକାରୀ ନିର୍ଦ୍ଦେଶକ କମଳଲୋଚନ ପୁରୋହିତଙ୍କ ସହ ଡାକ୍ତର ଅନିଲ ଦାଶ, ଫରେଷ୍ଟ ଗାର୍ଡ ସୁଶାନ୍ତ ବେହେରା, ବନ୍ୟଜନ୍ତୁ ରକ୍ଷକ ପ୍ରତାପ ରାଉତ, ତ୍ରୈଲୋକ୍ୟ ମହାରଣା, ଓ ପ୍ରଫୁଲ ଦାଶ ଆଦି ଏକ ଟିମ ଗଠନ କରି ଏହି ଗୟଳ ଓ ହରିଣ କୁ ଆଣିବା ପାଇଁ ଦିଲ୍ଲୀ ଅଭିମୁଖେ ଯାଇଥିଲେ।

ଓଡିଶା ଡଟ କମ

Exit mobile version