Site icon Odisha.com

ନନ୍ଦନକାନନକୁ ଆସିଥିବା ମଣିପୁରୀ ହରିଣର ମୃତ୍ୟୁ

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ଵର,ମଇ ୨୭ (ଓଡିଶା ଡଟ କମ): ସୋମବାର ମଧ୍ୟରାତ୍ରିରେ ଦିଲ୍ଲୀ ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନକୁ ଆସିଥିବା ପାଞ୍ଚ ମଣିପୁରୀ ହରିଣଙ୍କ ମଧ୍ୟରୁ ଗୋଟେ ମାଈ ମଣିପୁରୀ ହରିଣର ମୃତ୍ୟୁ ଘଟିଛି।

ନନ୍ଦନକାନନର ପ୍ରାଣୀ ଚିକିତ୍ସକ ଅଧିକାରୀଙ୍କ ଠାରୁ ମିଳିଥିବା ତଥ୍ୟନୁସାରେ ମଣିପୁରୀ ହରିଣଟି ପ୍ରାଣୀ ଉଦ୍ୟାନରେ ପହଞ୍ଚିବା ପରେ ଅଚେତ ହୋଇପଡି ରହିଥିଲା। ସଙ୍ଗେ ସଙ୍ଗେ ତାର ଚିକିତ୍ସା କରାଯାଇଥିଲେ ମଧ୍ୟ କିଛି ସମୟ ପରେ ତା’ର ମୃତ୍ୟୁ ଘଟିଥିଲା।

ସୂଚନା ଯୋଗ୍ୟଯେ, ଗତ ସୋମବାର ମଧ୍ୟରାତ୍ରିରେ ନନ୍ଦନକାନନର ଏକ ସ୍ଵତନ୍ତ୍ର ଟିମ ଦ୍ଵାରା ପ୍ରାଣୀ ଉଦ୍ୟାନ କୁ ଦୁଇ ଗୟଳ ପଞ୍ଜାବ ଚଣ୍ଡିଗଡର ଛତବିର ଚିଡିଆଖାନାରୁ ଚାରୋଟି ପାଣିଗୋଧି, ଚାରୋଟି ଚଉଶିଙ୍ଗା ହରିଣ ଓ ଚାରୋଟି ଗେଣ୍ଡାଳିଆଙ୍କ ପ୍ରତିବଦଳରେ ଏବଂ ପାଞ୍ଚ ମଣିପୁରୀ ହରିଣ ଦିଲ୍ଲୀ ପ୍ରାଣୀ ଉଦ୍ୟାନରୁ ଚାରୋଟି ପାଣିଗୋଧି ଓ ଚାରୋଟି ଚଉଶିଙ୍ଗା ହରିଣ ଙ୍କ ବଦଳରେ ଅଣାଯାଇଥିଲା ।

ମଣିପୁରୀ ହରିଣର ମୃତ୍ୟୁ ପରେ ବର୍ତ୍ତମାନ ନନ୍ଦନକାନନରେ ଗୋଟେ ପୁରୁଷ ଗୟଳ ଓ ଗୋଟେ ମାଈ ଏବଂ ଦୁଇଟି ମାଈ ଓ ଦୁଇଟି ପୁରୁଷ ମଣିପୁରୀ ହରିଣ ଅଛନ୍ତି ।

ଓଡିଶା ଡଟ କମ

Exit mobile version