Site icon Odisha.com

ପୁଲିସର ‘ମୋ ସାଥି’ ଆପ ପ୍ରତି ମହିଳାଙ୍କ ବ୍ୟାପକ ଆଗ୍ରହ

ଓଡିଶା ଡଟ୍ କମ୍ ସଂବାଦଦାତା

ଭୁବନେଶ୍ଵର, ମଇ ୨୭(ଓଡିଶା ଡଟ୍ କମ୍): ଭୁବନେଶ୍ଵର ଓ କଟକରେ ମହିଳାଙ୍କ ସୁରକ୍ଷା ପାଇଁ କମିସନରେଟ ପୁଲିସ ଜାରି କରିଥିବା ମୋବାଇଲ ଆପ୍ଲିକେସନ “ମୋ ସାଥି”  ପ୍ରତି ଛାତ୍ରୀ , ଯୁବତୀ ଓ ମହିଳା ମାନଙ୍କ ମଧ୍ୟରେ ବ୍ୟାପକ ଆଗ୍ରହ ଦେଖିବାକୁ ମିଳିଛି ।

ଏହି ଆପ ଡାଉନ ଲୋଡ କରିବା ପାଇଁ ପ୍ରାୟ ପାଞ୍ଚ ହଜାର ରୁ ଅଧିକ ମହିଳା ଆବେଦନ କରିଥିବା ପୁଲିସ କହିଛି  ।

ପୁରୁଷ ମାନେ ମଧ୍ୟ କୌତୁହଳ ବସତଃ ଏହି ଆପ ଡାଉନ ଲୋଡ କରୁଥିବା ଦେଖିବାକୁ ମିଳିଛି । ଦେଶ ବାହାରେ ଥିବା କିଛି ମହିଳା ଏହି ଆପ ଡାଉନ ଲୋଡ କରିବାପାଇଁ ନିଜକୁ ପଞ୍ଜୀକୃତ କରିବ ପାଇଁ ଆବେଦନ କରିଛନ୍ତି । ତେବେ ସେସବୁକୁ ଖାରଜ କରିଦିଆ ଯାଇଛି ।

ଏପର୍ଯ୍ୟନ୍ତ ପାଞ୍ଚ ହଜାର ଆବେଦନକୁ ବୈଧ ବୋଲି ଘୋଷଣା କରାଯାଇ ସେମାନଙ୍କ ମଧ୍ୟରୁ ଛଅ ଶହ ପଞ୍ଚଷଠି ଟି ଜଣଙ୍କୁ ପଞ୍ଜୀକୃତ କରାଯାଇଥିବା ପୁଲିସ କହିଛି ।

ବର୍ତମାନ ଏହି ଆପକୁ ନେଇ ଅଧିକ ସଚେତନତା ଆବଶ୍ୟକ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି । ଏହାକୁ ଲୋକପ୍ରିୟ କରିବା ପାଇଁ ଏକ ତିନି ମିନିଟ ର ଭିଡିଓ ପ୍ରସ୍ତୁତ କରାଯାଇ ଫେସବୂକ ରେ ପୁଲିସ ଦେଇଛି ।

କମିସନରେଟ ପୁଲିସ ଜାରି କରିଥିବା ଏହି ଆପ କୁ ମଇ ୧୫ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version