Site icon Odisha.com

ଅଚ୍ୟୁତ ସାମନ୍ତ ପାଇବେ ବାହାରିନର ସର୍ବୋଚ୍ଚ ସମ୍ମାନ

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ଵର,ମଇ ୨୮ (ଓଡିଶା ଡଟ କମ) ପ୍ରଖ୍ୟାତ ସମାଜସେବୀ, ଶିକ୍ଷାବିତ ତଥା ଦେଶ ବିଦେଶ ରେ ନାଁ କରିଥିବା କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କୁ ବାହାରିନର ସର୍ବୋଚ୍ଚ ସମ୍ମାନ “ଇଶା” ପାଇଁ ମନୋନୀତ କରାଯାଇଛି ।

ଜୁନ ତିନି ତାରିଖରେ ବାହାରିନ ରାଜ ପ୍ରସାଦରେ ଅନୁଷ୍ଠିତ ହେବାକୁଥିବା ଏକ ସ୍ଵତନ୍ତ୍ର ଉତ୍ସବରେ ଶ୍ରୀ ସାମନ୍ତଙ୍କୁ ବାହାରିନର ରାଜା ହାମାଦ ଏହି ସମ୍ମାନରେ ସମ୍ମାନିତ କରିବା ସହ ତାଙ୍କୁ ପୁରସ୍କାର ସ୍ଵରୂପ ଏକ ମିଲିୟନ ଆମେରିକୀୟ ଡ଼ଲାର,ଉପଢୌକନ ଓ ସ୍ଵର୍ଣ୍ଣ ପଦକ ପ୍ରଦାନ କରିବେ । ଏହି ସୂଚନା ବାହାରିନର ସେକ୍ରେଟାରୀ ଜେନେରାଲ ଅଲ୍ଲି ଅବଦୁଲ୍ଲା ଖାଲିଫା ଦେଇଛନ୍ତି ।

ସାମନ୍ତଙ୍କୁ ଏହି ସମ୍ମାନ ଓ ପୁରସ୍କାର ତାଙ୍କର ସାମାଜିକ ଦାୟିତ୍ଵବୋଧ ଓ ଶିକ୍ଷାର ପ୍ରସାର କ୍ଷେତ୍ରରେ ଅତୁଳନୀୟ ଅବଦାନ ଯୋଗୁଁ ପ୍ରଦାନ କରାଯିବ । ବାହାରିନର ଏହି ସର୍ବୋଚ୍ଚ ସମ୍ମାନ ପାଇବା କ୍ଷେତ୍ରରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ।

ଓଡିଶା ଡଟ କମ

Exit mobile version