Site icon Odisha.com

ଆଇପିଏସ ସ୍ତରରେ ଅଦଳବଦଳ, ଏସ ସାଇନି ଡିଆଇଜି ହେଡ଼କ୍ଵାର୍ଟର

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୨୮ (ଓଡିଶା ଡଟ କମ) ରାଜ୍ୟ ଗୁରୁବାର ଆଇ ପିଏସ ସ୍ତରରେ ଏକ ଅଦଳ ବଦଳ କରି ଏସ ସାଇନି ଡିଆଇଜି ହେଡ଼କ୍ଵାର୍ଟର ଭାବେ ଅବସ୍ଥାପିତ କରିଥିବା ବେଳେ ସାତ ଜଣଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ।

ହୋଇଥିବା ଏହି ଅଦଳ ବଦଳରେ ନୀତି ଶେଖରଙ୍କୁ ବାଲେଶ୍ଵର ଏସ ପି, ଉମାଶଙ୍କର ଦାସଙ୍କୁ ଝାରସୁଗୁଡା ଏସପି, ସାରା ଶର୍ମାଙ୍କୁ ଦେବଗଡ ଏସପି, ଓ ଆଶିଷ କୁମାର ସିଂହଙ୍କୁ ବରଗଡ ଏସପି ଭାବେ ସରକାର ନିଯୁକ୍ତ କରିଛନ୍ତି ।

ଠିକ ସେହି ପରି ବୁଟ୍ଟୁଲା ଗଙ୍ଗାଧର, ଓ ବରିଷ୍ଠ ରାଜ୍ୟ ପୁଲିସ ସେବା ଅଧିକାରୀ ପି ସି ପାତ୍ରଙ୍କୁ ଯଥାକ୍ରମେ ବୌଦ୍ଧ ଓ ସୋନପୁର ଏସପି ଭାବେ ନିଯୁକ୍ତି ଦିଆଯାଇଛି ।

ଓଡିଶା ଡଟ କମ

Exit mobile version