ଓଡିଶା ଡଟ କମ ସମ୍ବାଦଦାତା
ଭୁବନେଶ୍ଵର,ମଇ ୨୮ (ଓଡିଶା ଡଟ କମ) ନବକଳେବର ଉପଲକ୍ଷେ ପୁରୀ ଯିବା ଆସିବା ପାଇଁ ଆସନ୍ତା ଜୁଲାଇରେ ଚାଲିବ ପ୍ରାୟ ଦୁଇଶହ ଟି ସ୍ଵତନ୍ତ୍ର ଟ୍ରେନ ।
ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ ମାସ ଭିତରେ ରେଳଧାରଣାର କାର୍ଯ୍ୟ ଶେଷ କରାଯିବ ଓ ଜୁଲାଇ ପ୍ରଥମ ସପ୍ତାହରୁ ଏହି ସୁବିଧା ଲୋକମାନଙ୍କୁ ଯୋଗାଇଦିଆଯିବ ।
ନବେକଳବର ସମୟରେ ମାଳତିପାଟପୁର ଓ ପୁରୀ ଷ୍ଟେସନରେ ଲୋକାଲ ଟ୍ରେନ ଚଳାଚଳର ସୁବିଧା ରହିବାସହ ଏହା ମଧ୍ୟରେ ଅଟୋମେଟିକ ଟିକେଟ ଭେଣ୍ଡିଙ୍ଗ ମେସିନ ସ୍ଥାପନ କରାଯିବ ।
ଆହୁରି ମଧ୍ୟ ଭକ୍ତ ମାନଙ୍କର ସୁବିଧା ନିମନ୍ତେ ନବେକଳବର ସମୟରେ ପୁରୀ ଷ୍ଟେସନରେ ଆହାର ଯୋଜନା ମାଧ୍ୟମରେ ଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରାଯିବ ପାଇଁ ପ୍ରସ୍ତାବ ରହିଛି ।
ନବେକଳବର ବେଳେ ଭୁବନେଶ୍ଵର ଓ ପୁରୀ ଷ୍ଟେସନରେ ସିସିଟିଭି, ସ୍କାନର, ଆରପିଏଫ, ଜିଆରପି ଯବାନଙ୍କ ସହ ପ୍ରାୟ ଦୁଇ ହଜାର ଓଡିଶା ପୁଲିସଙ୍କୁ ମୁତୟନ କରାଯିବ ।
ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିବାକୁ ନବକଳେବର କୁହାଯାଇଥାଏ । ବିଧି ଅନୁସାରେ ଯେଉଁ ବର୍ଷ ଓଡିଆ ପାଞ୍ଜିରେ ବର୍ଷକୁ ଦୁଇଟି ଆଷାଢ଼ ମାସ ବା ଯୋଡା ଆଷାଢ଼ ପଡେ, ସେଇ ବର୍ଷ ମହାପ୍ରଭୁଙ୍କ ନବକଳେବର ହୋଇଥାଏ ।
ଏଥି ପୂର୍ବରୁ ଶ୍ରୀଜିଉମାନଙ୍କର ନବକଳେବର ୧୯୯୬ ମସିହାରେ ହେଇଥିଲା । ଚଳିତ ବର୍ଷ ୧୮ ଜୁଲାଇ ରେ ନବ କଳେବର ଯାତ୍ରା ଅନୁଷ୍ଠିତ ହେଉଥିବାରୁ ପୁରୀ ରେ ପ୍ରାୟ ପଚାଶ ଲକ୍ଷ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି ।
ଓଡିଶା ଡଟ କମ
Leave a Reply