Site icon Odisha.com

ନବକଳେବର ଉପଲକ୍ଷେ ଦୁଇଶହ ସ୍ଵତନ୍ତ୍ର ଟ୍ରେନ

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ଵର,ମଇ ୨୮ (ଓଡିଶା ଡଟ କମ) ନବକଳେବର ଉପଲକ୍ଷେ ପୁରୀ ଯିବା ଆସିବା ପାଇଁ ଆସନ୍ତା ଜୁଲାଇରେ ଚାଲିବ ପ୍ରାୟ ଦୁଇଶହ ଟି ସ୍ଵତନ୍ତ୍ର ଟ୍ରେନ ।

ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ ମାସ ଭିତରେ ରେଳଧାରଣାର କାର୍ଯ୍ୟ ଶେଷ କରାଯିବ ଓ ଜୁଲାଇ ପ୍ରଥମ ସପ୍ତାହରୁ ଏହି ସୁବିଧା ଲୋକମାନଙ୍କୁ ଯୋଗାଇଦିଆଯିବ ।

ନବେକଳବର ସମୟରେ ମାଳତିପାଟପୁର ଓ ପୁରୀ ଷ୍ଟେସନରେ ଲୋକାଲ ଟ୍ରେନ ଚଳାଚଳର ସୁବିଧା ରହିବାସହ ଏହା ମଧ୍ୟରେ ଅଟୋମେଟିକ ଟିକେଟ ଭେଣ୍ଡିଙ୍ଗ ମେସିନ ସ୍ଥାପନ କରାଯିବ ।

ଆହୁରି ମଧ୍ୟ ଭକ୍ତ ମାନଙ୍କର ସୁବିଧା ନିମନ୍ତେ ନବେକଳବର ସମୟରେ ପୁରୀ ଷ୍ଟେସନରେ ଆହାର ଯୋଜନା ମାଧ୍ୟମରେ ଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରାଯିବ ପାଇଁ ପ୍ରସ୍ତାବ ରହିଛି ।

ନବେକଳବର ବେଳେ ଭୁବନେଶ୍ଵର ଓ ପୁରୀ ଷ୍ଟେସନରେ ସିସିଟିଭି, ସ୍କାନର, ଆରପିଏଫ, ଜିଆରପି ଯବାନଙ୍କ ସହ ପ୍ରାୟ ଦୁଇ ହଜାର ଓଡିଶା ପୁଲିସଙ୍କୁ ମୁତୟନ କରାଯିବ ।

ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିବାକୁ ନବକଳେବର କୁହାଯାଇଥାଏ । ବିଧି ଅନୁସାରେ ଯେଉଁ ବର୍ଷ ଓଡିଆ ପାଞ୍ଜିରେ ବର୍ଷକୁ ଦୁଇଟି ଆଷାଢ଼ ମାସ ବା ଯୋଡା ଆଷାଢ଼ ପଡେ, ସେଇ ବର୍ଷ ମହାପ୍ରଭୁଙ୍କ ନବକଳେବର ହୋଇଥାଏ ।

ଏଥି ପୂର୍ବରୁ ଶ୍ରୀଜିଉମାନଙ୍କର ନବକଳେବର ୧୯୯୬ ମସିହାରେ ହେଇଥିଲା । ଚଳିତ ବର୍ଷ ୧୮ ଜୁଲାଇ ରେ ନବ କଳେବର ଯାତ୍ରା ଅନୁଷ୍ଠିତ ହେଉଥିବାରୁ ପୁରୀ ରେ ପ୍ରାୟ ପଚାଶ ଲକ୍ଷ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି ।

ଓଡିଶା ଡଟ କମ

Exit mobile version