Site icon Odisha.com

ପ୍ରତିବର୍ଷ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା କରିବାକୁ ନିଷ୍ପତ୍ତି

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୩୦ (ଓଡିଶା ଡଟ କମ) ପ୍ରତି ବର୍ଷ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା କରିବାକୁ ସରକାର ଶନିବାର ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ସାମ୍ବାଦିକ ମାନଙ୍କୁ କହିଛନ୍ତି । ଠିକ ସେହିପରି ଉତ୍ତର ଭୁଲ ହେଲେ ଏଥର ନେଗେଟିଭ ମାର୍କିଙ୍ଗ ବ୍ୟବସ୍ଥା ଚାଲୁହେବା ବୋଲି ସେ କହିଛନ୍ତି।

ଏ ସଂକ୍ରାନ୍ତୀୟ ଏକ ମାମଲା ର ବିଚାର କରି ହାଇକୋର୍ଟ ଚଳିତ ବର୍ଷ ଜାନୁଆରୀରେ ସରକାରଙ୍କୁ ପ୍ରତିବର୍ଷ ଏହି ପରୀକ୍ଷା କରିବା ପାଇଁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟ ଅତୀତରେ ଅନୁଷ୍ଠିତ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା ବିବାଦୀୟ ହୋଇପଡିଥିଲା ।

୨୦୦୬ ରୁ ୨୦୧୦ ପର୍ଯ୍ୟନ୍ତ ଖାଲି ହୋଇଥିବା ରାଜ୍ୟ ପ୍ରଶାସନିକ ସେବା ଅଧିକାରୀ ପଦବୀ ପାଇଁ ଅକ୍ଟୋବର ୨୦୧୧ ରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା ୨୦୧୧ ପାଇଁ ପ୍ରିଲିମିନାରି ପରୀକ୍ଷା ଜାନୁୟାରୀ ୨୦୧୪ ରେ ଓ ମେନ ପରୀକ୍ଷା ସେପ୍ଟେମ୍ବର ୨୦୧୪ରେ ଅନୁଷ୍ଠିତ ହୋଇଥିଲା ।

ଓଡିଶା ଡଟ କମ

Exit mobile version