• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଗୁଳିକାଣ୍ଡ ଘଟଣାରେ ନିର୍ମାଣ କମ୍ପାନୀ ଏଆର୍ ଏସ୍ଏସ୍ ର ଅଧ୍ୟକ୍ଷ ଗିରଫ

May 31, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ମଇ ୩୧(ଓଡିଶା ଡଟ୍ କମ୍) କେନ୍ଦ୍ର ସରକାର ପରିଚାଳିତ ରେଳ ବିକାଶ ନିଗମ ଲିମିଟେଡର ଜଣେ ବରିଷ୍ଠ ଅଧିକାରୀଙ୍କ ଉପରକୁ ଭୁବନେଶ୍ୱର ଠାରେ ଶନିବାର କେତେକ ଦୁର୍ବୁତ୍ତ ଗୁଳି ଚଳାଇ ତାଙ୍କୁ ଆହତ କରିଥିବା ଘଟଣାରେ ରାଜ୍ୟର ଜଣା ଶୁଣା ନିର୍ମାଣ କମ୍ପାନୀ ଏଆର୍ ଏସ୍ଏସ୍ ଗ୍ରୁପର ଅଧ୍ୟକ୍ଷ ସୁବାସ ଅଗ୍ରୱାଲଙ୍କୁ ଗିରଫ କରିଥିବା ପୁଲିସ ରବିବାର କହିଛି ।

subash agrawalନିଗମର ଜଏଣ୍ଟ ଜେନେରାଲ ମ୍ୟାନେଜର ଅଜୟ କୁମାର ଅପରାହ୍ନ ପ୍ରାୟ ଅଢେଇଟାରୁ ତିନିଟା ମଧ୍ୟରେ ଅଫିସରୁ କାମ ସାରି ଶ୍ରୀବିହାର ରାସ୍ତାରେ ଏକ ସ୍କରପିଓରେ ନିଜ ଭଡା ଘରକୁ ଫେରୁଥିବା ସମୟରେ ମୋଟର ସାଇକେଲ ରେ ତିନିଜଣ ଅଜ୍ଞାତ ଯୁବକ ପ୍ରଥମେ ଗାଡିକୁ ଅଟକାଇବା ପାଇଁ ହାତ ଦେଖାଇଥିବା ସେ ପୁଲିସକୁ କହିଛନ୍ତି ।

ଡ୍ରାଇଭର ଗାଡି ଅଟକାଇବା ପରେ ଜଣେ ଯୁବକ ମୋଟର ସାଇକେଲରୁ ତଳକୁ ଆସି ତାଙ୍କ ସହ କଥା ବାର୍ତ୍ତା ହେବାକୁ କହିଥିଲେ ।

ପରେ ପରେ ଅନ୍ୟ ଦୁଇଜଣ ମଧ୍ୟ ତଳକୁ ଆସି ବିହାରକୁ ପଳାଇ ଯା ନହେଲେ ମରିବୁ ବୋଲି ଧମକି ଦେଇଥିଲେ । ଉତ୍ତରରେ ଅଜୟ ଚାକିରି କରିବାକୁ ଆସିଛି ଘରକୁ ଫେରିବା ପାଇଁ ନୁହେଁ ବୋଲି କହିବାରୁ ଉତ୍ୟକ୍ତ ହୋଇ ସେମାନଙ୍କ ମଧ୍ୟରୁ ଜଣେ ପିସ୍ତଲ ବାହାର କରି ତାଙ୍କ ଉପରକୁ ଗୁଳି ଚଳାଇଥିବା ସେ କହିଛନ୍ତି ।

ଏହା ପରେ ସମସ୍ତ ତିନି ଜଣ ମୋଟର ସାଇକେଲରେ ସେଠାରୁ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ । ସୌଭାଗ୍ୟକୁ ଗୁଳି ତାଙ୍କ ବାମ ଗୋଡ ପ୍ୟାଣ୍ଟରେ ଘଷି ହୋଇ ଗାଡି ଭିତରେ ଲାଗିଥିବା ଅଜୟ ପୁଲିସକୁ କହିଛନ୍ତି ।

ରେଳବାଇ ଠିକା କାମ କୁ ନେଇ ନିର୍ମାଣ କମ୍ପାନୀ ଏଆର୍ ଏସ୍ଏସ୍ ର ଅଧ୍ୟକ୍ଷ ସୁବାସ ଅଗ୍ରୱାଲ ଅଫିସକୁ ଆସି ସମସ୍ତଙ୍କ ସାମ୍ନାରେ ତାଙ୍କୁ ଧମକ ଦେଇଥିବାରୁ ସେ ଏହି ଘଟଣାରେ ସମ୍ପୃକ୍ତ ବୋଲି ଅଜୟ କହିବା ପରେ ଏହି ଗିରଫ କରାଯାଇଥିବା ପୁଲିସ କହିଛି ।

୧୫୦ କୋଟି ଟଙ୍କା ବ୍ୟୟରେ ଅନୁଗୁଳ ଓ ସୁକିନ୍ଦା ଅଞ୍ଚଳରେ ୩୦ କିଲୋମିଟର ବିସ୍ତ୍ରୁତ ଏକ ରେଳବାଇ ପ୍ରକଳ୍ପ ଏଆରଏସଏସ କାର୍ଯ୍ୟକାରୀ କରୁଥିଲା । ଅଜୟ କୁମାର ଏହାର ତତ୍ଵାବଧାନ କରୁଥିଲେ । ସର୍ତ୍ତାବଳୀ ଅନୁସାରେ ସମୟସୀମା ମଧ୍ୟରେ କାମ ନ କରିବାରୁ ରେଳବାଇ ଏଆରଏସଏସ ଉପରେ ଦୁଇଥର ଜରିମାନା ଆଦେଶ କରିଥିବା, ଡେପୁଟି ପୁଲିସ କମିଶନର ସତ୍ୟବ୍ରତ ଭୋଇ ଓଡିଶା ଡଟ କମ କୁ କହିଛନ୍ତି ।

ଏହି ଜରିମାନାରେ ଉତକ୍ଷିପ୍ତ ହୋଇ ସୁବାସ ଅଜୟଙ୍କ ଅଫିସକୁ ଯାଇ ବାରମ୍ବାର ଧମକ ଦେଇଥିବା ଅଜୟ ପୁଲିସରେ ଅଭିଯୋଗ କରିଥିବା ଭୋଇ କହିଛନ୍ତି । ସୁବାସ ତାଙ୍କର କୌଣସି ସମ୍ପୃକ୍ତି ନଥିବା ଓ ସେ ନିର୍ଦୋଷ ବୋଲି ଦର୍ଶାଉ ଥିବା ବେଳେ ଅଜୟଙ୍କ ସୂଚନା ଆଧାରରେ ତାଙ୍କୁ ଗିରଫ କରାଯାଇଛି  ।

ଗୁଳିକାଣ୍ଡ ହୋଇଥିବା ଅଞ୍ଚଳ ଜନବସତିପୂର୍ଣ ଓ କେତେକ ସ୍ଥାନରେ ସିସି ଟିଭି ଥିବାର ସମ୍ଭାବନା ଥିବାରୁ ନିଖୋଜ ଥିବା ଦୁର୍ବୁତ୍ତ ମାନଙ୍କୁ ଧରିବା ପାଇଁ ପୁଲିସ ତାହା ଖୋଜିବା ଆରମ୍ଭ କରିଛି ।

୨୦୦୦ ମସିହାରେ କମ୍ପାନୀ ଭାବେ ପଞ୍ଜୀକୃତ ହୋଇଥିବା ଏଆର୍ ଏସ୍ଏସ୍ ବାର୍ଷିକ ପ୍ରାୟ ଅଢେଇ ହଜାର କୋଟି ଟଙ୍କାର ବ୍ୟବସାୟ କରୁଥିବା ବେଳେ ଓଡିଶା ସମେତ ଦେଶର ୧୪ ଟି ରାଜ୍ୟରେ ରାସ୍ତା, କୋଠା, ପୋଲ ଓ ରେଳବାଇ ଭିତ୍ତି ଭୂମି ନିର୍ମାଣ ଆଦି କାର୍ଯ୍ୟ କରିଆସୁଅଛି ।

ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜରେ ପଞ୍ଜୀକୃତ ଏହି କମ୍ପାନୀର ମୁଖ୍ୟ ଅଫିସ ଭୁବନେଶ୍ଵରରେ ରହିଛି ।

 

 

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଅପରାଧ, ଅର୍ଥ-ବ୍ୟବସାୟ Tagged With: ଏଆର୍ ଏସ୍ଏସ୍, ଗିରଫ, ରେଳବାଇ, ସୁବାସ ଅଗ୍ରୱାଲ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version