Site icon Odisha.com

ଓମଫେଡ ଆରମ୍ଭ କଲା ସ୍ଵତନ୍ତ୍ର ଫେସବୁକ ପେଜ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୩୧ (ଓଡିଶା ଡଟ କମ)ସୋସିଆଲ ନେଟୱାର୍କରେ ନିଜର ଉପସ୍ଥିତି ଜାହିର କରିବା ସହ ଗ୍ରାହକଙ୍କ ସହ ଅଧିକ ଯୋଡିବା ଲକ୍ଷରଖି ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ (ଓମଫେଡ) ରବିବାର ଆରମ୍ଭ କରିଛି ଏକ ସ୍ଵତନ୍ତ୍ର ଫେସବୁକ ପେଜ ବା ପୃଷ୍ଠା ।

ଆଇଆରସି ଭିଲେଜରେ ପ୍ରତିଷ୍ଠା ହୋଇଥିବା ଚିଲିକା ଫ୍ରେସ ର ଦ୍ଵିତୀୟ ବିକ୍ରୟ କେନ୍ଦ୍ରର ଉଦଘାଟନ ଅବସରରେ କୃଷି, ମତ୍ସ୍ୟ ଓ ପଶୁପାଳନ ବିକାଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ ଏହି ପୃଷ୍ଠାକୁ ବିଭାଗୀୟ ଅଧିକାରୀମାନଙ୍କ ଗହଣରେ ଉନ୍ମୋଚିତ କରିଥିଲେ ।

www.facebook.com/theomfed ପୃଷ୍ଠାରେ ଓମଫେଡ ନିଜର ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ, ଫଟୋ, ଭିଡିଓ ଏବଂ ପ୍ରେସ ରିଲିଜ ଉପଲବ୍ଧ କରାଇ ଗ୍ରାହକ ଓ ଶୁଭେଚ୍ଛୁଙ୍କ ସହ ନିଜକୁ ଯୋଡିବ ।

ଓମଫେଡ ଉତ୍ତମ ମାନ ଓ ବିଶ୍ଵାସର ଏକ ପ୍ରତୀକ । ସେଥିପାଇଁ ରାଜ୍ୟର ଲକ୍ଷ ଲକ୍ଷ ଲକ୍ଷ ଲୋକ ଓମଫେଡ ର ଉତ୍ପାଦ ବିନା ସେମାନଙ୍କ ଦୈନିକ ଦିନ ଚର୍ଯ୍ୟା ଭାବି ପାରନ୍ତି ନାହିଁ , ବୋଲି ଏହି ଅବସରରେ ମହାରଥୀ କହିଛନ୍ତି ।

ନୂଆଁ ଫେସବୁକ ପେଜ ଓମଫେଡ ବ୍ରାଣ୍ଡର ଅଧିକ ପ୍ରଚାର ପ୍ରସାର କରାଇବାରେ ସହାୟକ ହେବ ଓ ଉତ୍ପାଦ ଉପରେ ଗ୍ରାହକଙ୍କ ସହ ମତ ବିନିମୟର ମାଧ୍ୟମ ରୂପେ କାର୍ଯ୍ୟ କରିବ ବୋଲି ଓମଫେଡ ଅଧ୍ୟକ୍ଷ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ର ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି।

ଓଡିଶା ଡଟ କମ

Exit mobile version