Site icon Odisha.com

ତିନି ନୂଆ ବିଶ୍ଵବିଦ୍ୟାଳୟ ପାଇଁ ଓଏସଡ଼ିଙ୍କ ନିଯୁକ୍ତି

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,ମଇ ୩୧(ଓଡିଶା ଡଟ୍ କମ୍): ନିକଟରେ ମାନ୍ୟତା ପାଇଥିବା ତିନୋଟି ନୂଆ ବିଶ୍ୱବିଦ୍ୟାଳୟ ଯଥା ଭୁବନେଶ୍ଵରର ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ, ବ୍ରହ୍ମପୁରର ଖଲ୍ଲିକୋଟ କ୍ଲଷ୍ଟର ବିଶ୍ଵବିଦ୍ୟାଳୟ ଓ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ପାଇଁ ରାଜ୍ୟ ସରକାର ତିନି ଜଣ ପୃଥକ ପୃଥକ ଅଧିକାରୀଙ୍କୁ ଅଫିସର ଅନ ସ୍ପେଶାଲ ଡ୍ୟୁଟି (ଓଏସଡ଼ି) ଭାବେ ନିଯୁକ୍ତ କରିଛନ୍ତି ।

ଉତ୍କଳ ବିଶ୍ଵବିଦ୍ୟାଳୟ ଅର୍ଥନୀତି ବିଭାଗର ପ୍ରଫେସର ପଦ୍ମଜା ମିଶ୍ର ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ନୂଆ ଓଏସଡ଼ି ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ମନ୍ମଥ ପାଢୀ, ଖଲ୍ଲିକୋଟ କ୍ଲଷ୍ଟର ବିଶ୍ଵବିଦ୍ୟାଳୟର ଓଏସଡ଼ି ଭାବେ ନିଯୁକ୍ତି ପାଇଛନ୍ତି ।

ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ନୂଆ ଓଏସଡ଼ି ହେଉଛନ୍ତି ସମ୍ବଲପୁର ବିଶ୍ଵବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ପ୍ରଫେସର ସୁଧାଂଶୁ ଶେଖର ରଥ । ସମ୍ବଲପୁର ମୁକ୍ତ ବିଶ୍ୱବିଦ୍ୟାଳୟ ପାଇଁ ଇଗନୋର ଆଞ୍ଚଳିକ ସେବା ଡିଭିଜନର ନିର୍ଦ୍ଦେଶକ ଡ. ଶ୍ରୀକାନ୍ତ ମହାପାତ୍ର ଙ୍କୁ ନିଯୁକ୍ତ କରାଯାଇଛି ।

ବ୍ରହ୍ମପୁରର ଖଲ୍ଲିକୋଟ କ୍ଲଷ୍ଟର ବିଶ୍ଵବିଦ୍ୟାଳୟ ଅଧୀନରେ ପାଞ୍ଚଟି ମହାବିଦ୍ୟାଳୟ କୁ ଅନ୍ତର୍ଭୁକ୍ତ କରିବା ନେଇ ମଧ୍ୟ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଏହି ମହାବିଦ୍ୟାଳୟ ଗୁଡିକ ହେଲା ଖଲ୍ଲିକୋଟ ସ୍ଵୟଂଶାସିତ ମହାବିଦ୍ୟାଳୟ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଶଶୀଭୂଷଣ ରଥ ସରକାରୀ ମହାବିଦ୍ୟାଳୟ, ଗୋପାଳପୁର ମହାବିଦ୍ୟାଳୟ ଓ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ।

ଓଡିଶା ଡଟ୍ କମ୍

Exit mobile version