Site icon Odisha.com

ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶିତ, ପାସ ହାର ୭୬.୭୫ ପ୍ରତିଶତ

ଯୁକ୍ତ ଦୁଇ ପରୀକ୍ଷା ଫଳ ୨୦୧୫ ପାଇଁ କ୍ଲିକ କରନ୍ତୁ 

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଜୁନ ୧ (ଓଡିଶା ଡଟ କମ) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଥିବା ବେଳେ ମୋଟାମୋଟି ପାସ ହାର ୭୬. ୭୫ ପ୍ରତିଶତ ରହିଥିବା ପରିଷଦ ପ୍ରକାଶ କରିଛି ।

ଗତ ବର୍ଷ ମୋଟାମୋଟି ପାସ ହାର ୬୮. ୩୬ ରହିଥିଲା ।

ସଚିବାଳୟଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରି କହିଥିଲେ ଯେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ପାସହାର ଆଠ ପ୍ରତିଶତ ବୃଦ୍ଧି ପାଇଛି ।

ଚଳିତ ବର୍ଷ ବିଜ୍ଞାନରେ ୮୦.୩୧ ପ୍ରତିଶତ, କଳାରେ ୭୬.୩୧ ପ୍ରତିଶତ, ବାଣିଜ୍ୟରେ ୬୯.୪୮ ପ୍ରତିଶତ ପରୀକ୍ଷାର୍ଥୀ ପାସ୍ କରିଛନ୍ତି | ବିଜ୍ଞାନ ଓ ବାଣିଜ୍ୟରେ ଚାରୋଟି କଲେଜ କେହି ପାସ କରିନଥିବାବେଳେ କଳାରେ ସବୁ କଲେଜ ଭଲ କରିଛନ୍ତି।

କଳାରେ ୬୧.୦୮ ପ୍ରତିଶତ ପାସହାରରେ ରାୟଗଡା ଜିଲ୍ଲା ସବୁଠାରୁ କମରେ ଥିବାବେଳେ ୮୭.୯୨ ପ୍ରତିଶତ ପାସହାର ରଖି ନୟାଗଡ ଜିଲ୍ଲା ସବୁଠାରୁ ଶୀର୍ଷରେ ରହିଛି। ସେହିପରି ବିଜ୍ଞାନରେ ୯୨.୬୦ ପ୍ରତିଶତ ପାସହାରରେ ବାଲେଶ୍ଵର ଶୀର୍ଷରେ ଥିବା ବେଳେ ବାଣିଜ୍ୟରେ ଫୁଲବାଣୀ ୮୫.୦୫ ପ୍ରତିଶତ ପାସହାରରେ ଶୀର୍ଷରେ ରହିଛି ।

ବିଜ୍ଞାନରେ ୭୫ ହଜାର ୪୩୪ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ, କଳାରେ ୧୫ ହଜାର ୨୩୧ ଜଣ ଓ ବାଣିଜ୍ୟରେ ୨୨ ହଜାର ୩୯୧ ଜଣ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ମୋଟ ୩ ଲକ୍ଷ ୭୧ ହଜାର ୯୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ, ଏଥିରେ ବିଜ୍ଞାନ ରେ ୯୪ ହଜାର ୯୫୨ ଜଣ, କଳା ରେ ୨ ଲକ୍ଷ ୩୧ ହଜାର ୮୬୫ ଜଣ ଓ ବାଣିଜ୍ୟ ରେ ୩୨ ହଜାର ୫୪୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି |

ଓଡିଶା ଡଟ୍ କମ୍

 

ଓଡିଶା ଡଟ କମ

 

 

Exit mobile version