Site icon Odisha.com

ଅନାଥ, ନିରାଶ୍ରୟ ଶିଶୁଙ୍କ ଥଇଥାନ ପାଇଁ ବିଜୁ ବାଳବିକାଶ ଯୋଜନା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ଜୁନ ୩ (ଓଡିଶା ଡଟ୍ କମ୍)ରାଜ୍ୟରେ ଅନାଥ ଓ ନିରାଶ୍ରୟ ଶିଶୁମାନଙ୍କର ଥଇଥାନ ପାଇଁ ବିଜୁ ବାଳବିକାଶ ଯୋଜନା ଆରମ୍ଭ କରାଯିବ ବୋଲି ବୁଧବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏଥିପାଇଁ ଏକ ବିସ୍ତ୍ରୁତ ଯୋଜନା ପ୍ରସ୍ତୁତ କରି ସେହି ଅନୁସାରେ ଆଗକୁ କାର୍ଯ୍ୟକରିବା ପାଇଁ ବିଭାଗ କୁ ନିର୍ଦ୍ଦେଶ ଦେଇଛନ୍ତି। ମାନସିକ ଅନଗ୍ରସର ପିଲାମାନଙ୍କ କଲ୍ୟାଣ ପାଇଁ ସ୍ଵତନ୍ତ୍ର ଧ୍ୟାନ ଦେବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ଏହି ପିଲାମାନଙ୍କ ନିମନ୍ତେ କାର୍ଯ୍ୟକରୁଥିବା ଅନୁଷ୍ଠାନ ମାନଙ୍କୁ ସରକାରୀ ସ୍ତରରେ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ତାଲିମ ଓ ଶିକ୍ଷା ଜରିଆରେ ଭିନ୍ନକ୍ଷମ ମାନଙ୍କର ସର୍ବୋକୃଷ୍ଠ ଭାବରେ ଥଇଥାନ କରାଯାଇପାରିବା ଉପରେ ଗୁରୁତ୍ଵାରୋପ କରି, ଏହି ପିଲାମାନଙ୍କ ଶିକ୍ଷା ପାଇଁ ପ୍ରତି ଜିଲ୍ଲାରେ ସ୍ଵତନ୍ତ୍ର ସ୍କୁଲ ଖୋଲିବାର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆ ଯାଇଛି ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଗୁଡିକ ଜୁଲାଇ ପହିଲାରୁ କାର୍ଯ୍ୟ ଆରମ୍ଭ କରିବେ ବୋଲି ବୈଠକରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଓଡିଶା ଡଟ୍ କମ୍

Exit mobile version