Site icon Odisha.com

ବିଜେପି ଜନଜାତି ମୋର୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୩ (ଓଡିଶା ଡଟ କମ) ଭୁବନେଶ୍ଵରରେ ଆସନ୍ତା ୧୬ ତାରିଖ ହେବାକୁ ଯାଉଥିବା ଦୁଇ ଦିନିଆଁ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚା ର ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ବୈଠକ ପାଇଁ ଏକ ପ୍ରସ୍ତୁତି ବୈଠକ ଏଠାରେ ଅନୁଷ୍ଠିତ ହୋଇଯାଇଛି ।

ବିଜେପି ବିଧାୟକ ତଥା ରାଜ୍ୟ ଜନଜାତି ମୋର୍ଚା ର ମୁଖ୍ୟ ରବି ନାୟକଙ୍କ ଅଧ୍ୟକ୍ଷତାରେ ପାର୍ଟି ରାଜ୍ୟ ମୁଖ୍ୟ କାର୍ଯ୍ୟ।ଳୟରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଦର୍ଶନ ଭଗତ ଉପସ୍ଥିତ ରହି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ ।

ବରିଷ୍ଠ ନେତା ବିଜୟ ମହାପାତ୍ର, ପୂର୍ବତନ ବିଧାୟକ ମୋହନ ମାଝି, ଟ୍ରାଇଫେଡର ପୂର୍ବତନ ଅଧକ୍ଷ୍ୟା ତଥା ଜନଜାତି ମୋର୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶ୍ରୀ ସୁକେଶୀ ଓରାମ ତଥା ପାର୍ଟିର ଜନଜାତି ମୋର୍ଚାର ବରିଷ୍ଠ କର୍ମକର୍ତ୍ତା ଏହି ବୈଠକରେ ଯୋଗ ଦେଇଥିଲେ ।

ଜୁନ ୧୬ ଓ ୧୭ କିଟ୍ ର ସାତ ନମ୍ବର କ୍ୟାମ୍ପସର ଦୁଇ ନମ୍ବର ଅଡିଟୋରିଅମ ରେ ହେବାକୁ ଥିବା ଏହି ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ବୈଠକରେ ପାଞ୍ଚ ଜଣ କେନ୍ଦ୍ରୀୟ ମନ୍ତ୍ରୀ, ୨୯ ଜଣ ଏମପି, ବିଭିନ୍ନ ରାଜ୍ୟର ଆଦିବାସୀ ମନ୍ତ୍ରୀ, ଓ ଏମଏଲ ଏ ତଥା ପୂର୍ବତନ ଆଦିବାସୀ ଏମପି ଓ ଏମ ଏଲ ଏ ଅଂଶ ଗ୍ରହଣ କରିବେ ।

Exit mobile version