ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର, ମଇ ୩ (ଓଡିଶା ଡଟ କମ) ରାଜ୍ୟ ସରକାର ବୁଧବାର ଭାରତୀୟ ବନ ସେବା ଅଧିକାରୀ ସ୍ତରରେ ବ୍ୟାପକ ଅଦଳ ବଦଳ କରିଛନ୍ତି ।
ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ କେ. ଆର ସିଂହ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) , ହେଡ କ୍ଵାର୍ଟର ନିଯୁକ୍ତି ପାଇଥିବା ବେଳେ ଅଜୟ କୁମାର ମହାପାତ୍ର ଓଡିଶା ବନ ବିକାଶ ନିଗମର ନୂଆ ପରିଚାଳନା ନିର୍ଦ୍ଦେଶକ ହେବେ ।
କେନ୍ଦୁପତ୍ର ଡିଭିଜନର ସିସିଏଫ ଭାବେ ଏସ.କେ ସିଂହ ନିଯୁକ୍ତି ପାଇଛନ୍ତି। ଏମ ସତ୍ୟନାରାୟଣ ଏଡିସନାଲ ପିସିସିଏଫ ପଦକୁ ଉନ୍ନୀତ ହୋଇଥିବା ବେଳେ ଏସ.ପି ମିଶ୍ର ସାଧାରଣ ପ୍ରଶାସନ ବିଭାଗରେ ଅଫିସର ଅନ ସ୍ପେଶାଲ ଡିଉଟି ଭାବେ ନିଯୁକ୍ତି ପାଇଛନ୍ତି ।
ଠିକ ସେହି ପରି କେ. ମୁରୁଗେସନ ଚିଲିକା ଉନ୍ନୟନ କତ୍ତୃପକ୍ଷର ଅତିରିକ୍ତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଭାବେ, ଜି. ଗଣେଷ ରାଜ୍ୟ ନିଯୁକ୍ତି ମିଶନର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ।
ଏମ ଏମ ମୋହନ, ଆର.ସିସି.ଏଫ କୋରାପୁଟ, ପି ଅର୍ଥନରୀ ଡିଏଫ ଓ କୋରାପୁଟ, କେ ଏସ ପ୍ରଦୀପ ଡିଏଫ ଓ ଆଠମଲ୍ଲିକ ଓ ଭି ନୀଳନଭର ସୁନାବେଡା ଡିଏଫ ଓ ଭାବେ ନିଯୁକ୍ତ ହୋଇଛନ୍ତି ।
ଓଡିଶା ଡଟ କମ
Leave a Reply