Site icon Odisha.com

ବାୟୁସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ଆହତ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର , ମଇ ୩ (ଓଡିଶା ଡଟ କମ) ଭାରତୀୟ ବାୟୁସେନା ର ଏକ ହେଲିକପ୍ଟର ମୟୂରଭଞ୍ଜ ଜିଲ୍ଲାରେ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇଜଣ ଗୁରୁତର ଆହତ ହୋଇଥିବା ପୁଲିସ କହିଛି ।

ଏହି ଦୁର୍ଘଟଣା ବିଶୋଇ ପୁଲିସ ଷ୍ଟେସନ ଅଞ୍ଚଳରେ ହୋଇଥିବା, ସ୍ଥାନୀୟ ପୁଲିସ ଅଧିକାରୀ ଭଗବାନ ଜେନା ଓଡିଶା ଡଟ କମ କୁ କହିଛନ୍ତି।

ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ସେଥିରେ ଉପସ୍ଥିତ ଥିବା ଦୁଇ ପାଇଲଟ ପାରାଚ୍ୟୁଟ ସାହାଯ୍ୟରେ ନିଜକୁ ବଞ୍ଚାଇବାରେ ସଫଳ ହୋଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣକର ମୁଣ୍ଡରେ ଆଘାତ ଲାଗିଥିଲା ।

ତାଙ୍କୁ ସଙ୍ଗେ ସଙ୍ଗେ ବାରିପଦାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ତାଙ୍କୁ ସ୍ଵତନ୍ତ୍ର ବାୟୁସେନ ବିମାନରେ କଲେଇକୁଣ୍ଡା ଏୟାର ବେସକୁ ନିଆଯାଇଥିବା ପୁଲିସ କହିଛି ।

ଦୁର୍ଘଟଣା  ଗ୍ରସ୍ତ ବିମାନ ଅନ୍ୟ ଦୁଇଟି ବିମାନ ସହ ପଶ୍ଚିମ ବଙ୍ଗର କଳେଇକୁଣ୍ଡା ଏୟାର ବେସରୁ ଉଡାଣ କରିଥିଲା । କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇ ଏକ ଚାଷ ଜମି ଉପରେ ଖସି ପଡିଥିବା ସନ୍ଦେହ କରାଯାଉଛି ।

ଓଡିଶା ଡଟ କମ

Exit mobile version