Site icon Odisha.com

ଅବସରପ୍ରାପ୍ତ ପ୍ରଫେସରଙ୍କ ପ୍ରତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅନ୍ୟାୟ

ଓଡିଶା ଡଟ୍ କମ୍ ସମ୍ବାଦଦାତ

ସମ୍ବଲପୁର,ଜୁନ ୪ (ଓଡିଶା ଡଟ୍ କମ୍): ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜଣେ ଅବସରପ୍ରାପ୍ତ ପ୍ରଫେସରଙ୍କ ଠାରୁ ନିର୍ବିକାର ଭାବେ କୌଣସି ଅନୁସନ୍ଧାନ ନକରି ଆଜିକୁ ୮/୯ ବର୍ଷ ହେଲା ତାଙ୍କ ଅବସରକାଳୀନ ଭତ୍ତାରୁ ଲକ୍ଷାଧିକ ଟଙ୍କା ରଖିଛନ୍ତି ।

ତାଙ୍କ ଟଙ୍କା ଫେରାଇବା ପାଇଁ ସେ ସଂଖ୍ୟାଧିକ ପତ୍ର କୁଳପତି, କୁଳ ସଚିବ ଏପରିକି କୁଳାଧିପତିଙ୍କୁ ଲେଖିଥିଲେ ବି ତାର କିଛି ଫଳ ହୋଇନାହିଁ । ଗତ ୨୦୦୬ ମସିହାରୁ ସେ ଅବସର ନେଇଥିଲେ ହେଁ ତାଙ୍କ ପ୍ରାପ୍ୟ ବାବଦ ଟ.୧,୩୫,୫୦୦ ଟଙ୍କା ଏପର୍ଯ୍ୟନ୍ତ ଫେରି ପାଇନାହାନ୍ତି ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଉପାଧ୍ୟୁତ୍ତର ଓଡିଆ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଆଦିକନ୍ଦ ସାହୁ ବିଭାଗୀୟ ମୁଖ୍ୟ ଥିଲା ବେଳେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବିଭାଗର ମୁ୍ୟଜିୟମ୍‍ ପାଇଁ ମଞ୍ଜୁର କରିଥିବା ଟ.୫୦,୦୦୦,୦୦ ବିଭାଗୀୟ ମୁଖ୍ୟ ଭାବେ ଗ୍ରହଣ କରିଥିଲେ ।

ବିଶ୍ୱବିଦ୍ୟାଳୟକୁ ବାରମ୍ବାର ଲେଖି ଲେଖି ପ୍ରଶାସନିକ ଅନୁମତି ନମିଳିବା କାରଣରୁ ସେ ଟଙ୍କା ଖର୍ଚ୍ଚ ନ ହୋଇ ବିଭାଗର ଏକାଉଣ୍ଟ ନଂ ୧୪୪ ୟୁକୋ ବ୍ୟାଙ୍କ କଟାପାଲି ଶାଖାରେ ଜମା ହୋଇରହିଛି ।

ବିଭାଗର କାର୍ଯ୍ୟାଳୟ ମଧ୍ୟ ବିଶ୍ୱବିଦ୍ୟାଳୟ ଅଧୀନର । କୌଣସି ଅନୁସନ୍ଧାନ ନକରି ବିଶ୍ୱବିଦ୍ୟାଳୟ ତାଙ୍କ ଅବସରକାଳୀନ ଭତ୍ତାରୁ ୫୦ ହଜାର ଓ ସୁଧ ବାବଦକୁ ୮୫ ହଜାର ୫ ଶହ ଟଙ୍କା ଗତ ୨୦୦୬ ମସିହାରୁ କାଟି ରଖିଛନ୍ତି ଯେ, ଯେତେ ଚିଠି ଲେଖିଲେ ବି କେହି କିଛି ଶୁଣୁନାହାନ୍ତି ବରଂ କିଛି ମାନସିକ ନିର୍ଯ୍ୟାତନା ପାଇଲା ଭଳି ବ୍ୟବହାର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ତାଙ୍କୁ ମିଳିଛି ।

ଏ ସଂକ୍ରାନ୍ତରେ ପ୍ରଫେସର ସାହୁ କୁଳପତି, କୁଳାଧିପତି, କୁଳସଚିବଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ପ୍ରଫେସର ସାହୁ ଓଡିଶାର ଜଣେ ନାମଜାଦା ଲେଖକ । ବାରମ୍ବାର ଚିଠି ଲେଖି ନୟାନ୍ତ ପ୍ରଫେସର ସାହୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅମାନବୀୟ ନିର୍ଯ୍ୟାତନାର ଶିକାର ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version