Site icon Odisha.com

ଅଚ୍ୟୁତ ସାମନ୍ତଙ୍କୁ ବାହାରିନର ସର୍ବୋଚ୍ଚ ସମ୍ମାନ ପ୍ରଦାନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ଜୁନ ୫ (ଓଡିଶା ଡଟ୍ କମ୍) : ପ୍ରଖ୍ୟାତ ସମାଜସେବୀ, ଶିକ୍ଷାବିତ ତଥା ଦେଶ ବିଦେଶ ରେ ନାଁ କରିଥିବା କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କୁ ଗୁରୁବାର ବାହାରିନର ସର୍ବୋଚ୍ଚ ସମ୍ମାନ “ଇଶା” ପ୍ରଦାନ କରାଯାଇଛି ।

ବାହାରିନ ରାଜ ପ୍ରସାଦରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ଉତ୍ସବରେ ଶ୍ରୀ ସାମନ୍ତଙ୍କୁ ବାହାରିନର ରାଜା ହାମାଦ ଏହି ମର୍ଯ୍ୟାଦାଜନକ ପୁରସ୍କାର ରେ ସମ୍ମାନିତ କରିଛନ୍ତି । ଏହି ସମ୍ମାନରେ ତାଙ୍କୁ ପୁରସ୍କାର ସ୍ଵରୂପ ଏକ ମିଲିୟନ ଆମେରିକୀୟ ଡ଼ଲାର,ଉପଢୌକନ ଓ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଛି।

ଏହି ସର୍ବୋଚ୍ଚ ସମ୍ମାନ ପାଇବାରେ ଅଚ୍ୟୁତ ସାମନ୍ତ ହେଉଛନ୍ତି ପ୍ରଥମ ଭାରତୀୟ । ତାଙ୍କୁ ଏହି ସମ୍ମାନ ତାଙ୍କର ସାମାଜିକ ଦାୟିତ୍ଵବୋଧ ଓ ଶିକ୍ଷାର ପ୍ରସାର କ୍ଷେତ୍ରରେ ଅତୁଳନୀୟ ଅବଦାନ ଯୋଗୁଁ ପ୍ରଦାନ କରାଯାଇଥିବା ବାହାରିନର ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏହି ଉତ୍ସବରେ ବାହାରିନର ରାଜକୁମାର, ପ୍ରଧାନମନ୍ତ୍ରୀ, ଉପପ୍ରଧାନମନ୍ତ୍ରୀ, ରାଜା ପରିବାରର ବରିଷ୍ଠ ସଦସ୍ୟମାନେ, ବାଚସ୍ପତି, ସାଂସଦଗଣ, ସଂସଦୀୟ କମିଟିର ଅଧକ୍ଷ, “ଇଶା” ପୁରସ୍କାର ବୋର୍ଡ ଅଫ ଟ୍ରଷ୍ଟିର ସଦସ୍ୟମାନେ, ବିଡ଼ିଏଫ ର ବରିଷ୍ଠ ପଦାଧିକାରୀ, ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରଦୂତ, ବିଭିନ୍ନ ଗଣମାଧ୍ୟମର ମୁଖ୍ୟ ସମ୍ପାଦକମାନେ, ରାଜ୍ୟପାଳ ଏବଂ ବିଭିନ୍ନ ଦେଶରୁ ଆମନ୍ତ୍ରିତ ଅତିଥିଙ୍କ ସମେତ ପ୍ରାୟ ୧୫୦୦ ରୁ ଅଧିକ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

ଓଡିଶା ଡଟ୍ କମ୍

Exit mobile version