ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର, ମଇ ୮ (ଓଡିଶା ଡଟ କମ) ପଶ୍ଚିମ ଓଡିଶାର କେତେକ ସ୍ଥାନରେ ସୋମବାର ଦିନର ସର୍ବାଧିକ ତାପମାତ୍ରା ଚାଳିଶ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିବା ବେଳେ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୪୦ ରେ ପହଞ୍ଚିଥିବା ସରକାର କହିଛନ୍ତି ।
୪୧. ୪ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରି ସମ୍ବଲପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରହିଛି । ଅନ୍ୟ ଯେଉଁ ସ୍ଥାନରେ ଚାଳିଶ ଡିଗ୍ରୀରୁ ଊର୍ଦ୍ଧ୍ଵ ତାପମାତ୍ରା ରେକର୍ଡ କରାଯାଇଛି ସେ ସହର ହେଲା ଅନୁଗୁଳ- ୪୦.୧ ଡିଗ୍ରୀ, ଝାରସୁଗୁଡା-୪୦.୫ ଡିଗ୍ରୀ ଓ ହୀରାକୁଦ- ୪୦.୭ ଡିଗ୍ରୀ ।
ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ଅଫିସ ଜାରି କରିଥିବା ସୂଚନା ଅନୁସାରେ ସୋମବାର ସୁଦ୍ଧା ସରକାରଙ୍କ ପାଖରେ ୧୫୯ ଜଣ ଅଂଶୁଘାତ ଦ୍ଵାରା ମୃତ୍ୟୁ ବରଣ କରିଥିବା ଅଭିଯୋଗ ପହଞ୍ଚିଛି ।
ସେମଧ୍ୟରୁ ୪୦ ଜଣ ଅଂଶୁଘାତ ଦ୍ଵାରା ମୃତ୍ୟୁ ବରଣ କରିଥିବା ଅନୁସନ୍ଧାନରୁ ଜଣା ପଡିଥିବା ବେଳେ, ୭୩ ଜଣ ଅନ୍ୟ କାରଣରୁ ମୃତ୍ୟୁ ବରଣ କରିଥିବା ଜଣା ପଡିଛି । ୪୩ ଜଣଙ୍କ ମୃତ୍ୟୁ ସମ୍ପର୍କରେ ଅନୁସନ୍ଧାନ ଜାରି ରହିଥିବା ଏହି ସୂଚନାରେ କୁହା ଯାଇଛି ।
ଓଡିଶା ଡଟ କମ
Leave a Reply