ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ୱର, ଜୁନ ୮ (ଓଡିଶା ଡଟ କମ) ରାଜ୍ୟ ସରକାର ମୁଖ୍ୟ ସୂଚନା କମିଶନର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରି ଆସନ୍ତା ମାସ ଏହି ପଦବୀ ପୂରଣ ପାଇଁ ଉଦ୍ୟମ ହେଉଥିବା ସଂକେତ ଦେଇଛନ୍ତି ।
ପ୍ରକାଶିତ ବିଜ୍ଞପ୍ତିରେ ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ଜୁଲାଇ ଛଅ ତାରିଖ ରଖାଯାଇଛି ।
ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ସଂକ୍ଷିପ୍ତୀକରଣ କରାଯିବା ପରେ ଚୂଡ଼ାନ୍ତ ତାଲିକା ମନୋନୟନ କମିଟି ନିକଟକୁ ଯିବ । ମୁଖ୍ୟମନ୍ତ୍ରୀ, ବିରୋଧୀଦଳ ନେତା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ସଦସ୍ୟ ଥିବା ଏହି କମିଟି ଚୁଡାନ୍ତ ନିଷ୍ପତ୍ତି ନେଇ ଅନୁମୋଦନ ପାଇଁ ରାଜ୍ୟପାଳଙ୍କୁ ପଠାଇବେ ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୦୫ ଅକ୍ଟୋବରରେ ତିଆରି ହୋଇଥିବା ଏହି କମିଶନର ମୁଖ୍ୟ ସୂଚନା କମିଶନର ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣ କାନ୍ତି ମିଶ୍ରଙ୍କ କାର୍ଯ୍ୟକାଳ ଗତ ମାର୍ଚ ମାସରେ ସାରିବା ପରେ ଏହି ପଦବୀ ଖାଲି ଅଛି ।
ସୂଚନାଯୋଗ୍ୟ ଯେ ମୁଖ୍ୟ ମନ୍ତ୍ରୀଙ୍କ ନେତୃତ୍ଵରେ ଥିବା ମନୋନୟନ କମିଟି ନିକଟରେ ଦୁଇ ସୂଚନା କମିଶନର ପଦବୀ ପାଇଁ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଓ ଶଶୀପ୍ରଭା ବିନ୍ଧାଣିଙ୍କ ନାମ ସୁପାରିଶ କରିଛନ୍ତି।
ଏହି ସୁପାରିଶ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିଥିଲେ ମଧ୍ୟ ସେମାନେ ଏଯାଏ ଶପଥ ନେଇ ନାହାନ୍ତି ।
ଓଡିଶା ଡଟ କମ
Leave a Reply