Site icon Odisha.com

ରାଜ୍ୟରେ ଯୁକ୍ତଦୁଇ ଆଡମିଶନ ପ୍ରକ୍ରିୟା ଆରମ୍ଭ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୮ (ଓଡିଶା ଡଟ କମ)ରାଜ୍ୟର ବିଭିନ୍ନ ଜୁନିୟର କଲେଜ ରେ ଯୁକ୍ତ ଦୁଇ ପଢିବା ପାଇଁ ଆଡମିଶନ ପ୍ରକ୍ରିୟା ଉଚ୍ଚଶିକ୍ଷା ବିଭାଗ ସୋମବାର ଆରମ୍ଭ
କରିଛନ୍ତି ।

ଆଗ୍ରହୀ ଛାତ୍ରଛାତ୍ରୀ ମାନଙ୍କୁ ଏଥିପାଇଁ ବିଭାଗର ୱେବ ସାଇଟକୁ ଯାଇ  ଜୁନ ୮ରୁ  ଜୁନ୍ ୨୨ ରାତି ୧୨ଟା ମଧ୍ୟରେ ଅନଲାଇନ ଆବେଦନ କରିବାକୁ ପଡିବ । ବିଜ୍ଞାନ, ବାଣିଜ୍ୟ ଏବଂ କଳା ପାଇଁ ଗୋଟିଏ ଫର୍ମରେ ସେମାନେ ଆବେଦନ କରି ପାରିବେ । ଗୋଟିଏ ଫର୍ମରେ ଜେନ ଛାତ୍ର ବା ଛାତ୍ରୀ ସର୍ବାଧିକ ଛଅଟି କଲେଜ ପାଇଁ ଆବେଦନ କରିପାରିବେ ।

ଫର୍ମ ଏବଂ ଏ ସମ୍ପର୍କିତ ସମସ୍ତ ବିବରଣୀ ବିଭାଗର ୱେବସାଇଟ ରେ ଉପଲବ୍ଧ ହୋଇଛି । ଏହି ୱେବସାଇଟ ହେଲା http://dheodisha.gov.in/ ଓ ଫର୍ମ ଉପଲବ୍ଧ ଥିବା ଲିଙ୍କ ହେଉଛି http://online.dheodisha.gov.in/online_caf/jrcafform.aspx

ରାଜ୍ୟରେ ଥିବା ୧୪୭୬ ଯୁକ୍ତ ଦୁଇ କଲେଜରେ  ୩୭୪୨୬୮ ସିଟ ପାଇଁ ଏହି ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଉଭୟ ଅନଲାଇନ୍ ଓ ଅଫଲାଇନରେ ଏହି ଆବେଦନ କରି ପାରିବେ ।

ଜୁଲାଇ ପହିଲା ପୂର୍ବାହ୍ନ ୧୧ଟାରେ ଉଚ୍ଚଶିକ୍ଷା ବିଭାଗ ପ୍ରଥମ ପର୍ଯ୍ୟାୟ ମେରିଟ୍ ତାଲିକା ପ୍ରକାଶ କରିବେ  । ଏହା ପରେ ଜୁଲାଇ ୪ରୁ ୮ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବ  ।

ଏହି ସୂଚନା ଜୁଲାଇ ୧୦ରେ ୱେବସାଇଟ ରେ ଉପଲବ୍ଧ ହେବ । ଠିକ ସେହି ପରି  ଜୁଲାଇ ୧୩ରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ  ଓ ୧୫ରୁ ୧୭ ପର୍ଯ୍ୟନ୍ତ ଏହି  ପର୍ଯ୍ୟାୟ ନାମଲେଖା ହେବ  ।

ଜୁଲାଇ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ତଥ୍ୟ ୱେବସାଇଟ ରେ ଉପଲବ୍ଧ ହେବ  । ଦୁଇଟି ପର୍ଯ୍ୟାୟରେ ନାମଲେଖା ପରେ ବଳକା ସିଟ ରେ ନାମ ଲେଖାଇବା ପାଇଁ ଜୁଲାଇ ୨୧ରେ ସ୍ପଟ୍ ଆଡ଼ମିଶନ୍ ହେବ  ।

ଯଦି ସିଟ୍ ବଳିଥାଏ ତେବେ ଜୁଲାଇ ୨୩ ଅପରାହ୍ନ ୨ଟାରେ ନାମ ପଂଜୀକରଣ ହେବ  ।  ଜୁଲାଇ ୩୦ରୁ କଲେଜରେ ପାଠପଢ଼ା ଆରମ୍ଭ ହେବ  ।

ଓଡିଶା ଡଟ କମ

Exit mobile version