Site icon Odisha.com

ଗିରିଧର ଗମାଙ୍ଗ, ପୁତ୍ର ଶିଶିର ବିଜେପିରେ ମିଶିବା ପାଇଁ ଆଗ୍ରହୀ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୯ (ଓଡିଶା ଡଟ କମ) ପୂର୍ବତନ ମୁଖ୍ୟ ମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୁତ୍ର ଶିଶିର ଉଭୟ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ପାଇଁ ଆଗ୍ରହୀ, ଏହା ଶିଶିର ମଙ୍ଗଳବାର କହିଛନ୍ତି ।

କନକ ଟିଭି ସହ ଏକ ସାକ୍ଷାତକାର ରେ ସେ କହିଛନ୍ତି ଯେ ଦୁହେଁ ଖୁବ ଶୀଘ୍ର ନୂଆ ଦିଲ୍ଲୀ ଯାଇ ବିଜେପି ନେତାମାନଙ୍କସହ ଆଲୋଚନା କରି ତାଙ୍କର ଇଚ୍ଛା ଜାହିର କରିବେ ।ଇସ୍ତଫା ଦେଇଥିବାରୁ କଂଗ୍ରେସ ପାର୍ଟିକୁ ପ୍ରତ୍ୟାବର୍ତ୍ତନ କରିବାର ପ୍ରଶ୍ନ ଉଠୁ ନାହିଁ ବୋଲି ସେ କହିଛନ୍ତି ।

ଯଦିଓ ବିଜେଡିର କେତେକ ନେତା ତାଙ୍କୁ ପାର୍ଟି ରେ ଯୋଗ ଦାନ କରିବା ପାଇଁ ଅନୌପଚାରିକ ଭାବେ ନିମନ୍ତ୍ରଣ କରିଛନ୍ତି ତେବେ ପାର୍ଟି ତରଫରୁ କୌଣସି ବିଧିବଦ୍ଧ ପ୍ରସ୍ତାବ ମିଳି ନ ଥିବା ସେ କହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପାର୍ଟିରେ ଉପଯୁକ୍ତ ସମ୍ମାନ ନ ମିଳିବା ତଥା ବାରମ୍ବାର ଅପମାନିତ ହେବା ଦର୍ଶାଇ ଗିରିଧର ଗମାଙ୍ଗ ମଇ ୩୦ ତାରିଖ ଦିନ କଂଗ୍ରେସ ପାର୍ଟି ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଥିଲେ ।

୭୨ ବର୍ଷ ବୟସ୍କ ଗମାଙ୍ଗ ଫେବୃୟାରୀ ୧୭ ୧୯୯୯ ରୁ ଡିସେମ୍ବର ୬ ୧୯୯୯ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇବା ସହ ଅତୀତ ରେ ନଅ ଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି ।

ନିକଟରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ସହ ନୂଆଦିଲ୍ଲୀ ରେ ସାକ୍ଷାତ ଆଲୋଚନା କରିଥିବାରୁ ଗମାଙ୍ଗ ବିଜେପି ରେ ଯୋଗ ଦେଇପାରନ୍ତି ବୋଲି ଚର୍ଚା ହେଉଥିଲା ।

ଓଡିଶା ଡଟ କମ

Exit mobile version