Site icon Odisha.com

ପ୍ରବଳ ଗରମ, ଗୁଳୁଗୁଳି, ଭୁବନେଶ୍ୱରରେ ତାପମାତ୍ରା ୪୪ ଡିଗ୍ରୀ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର,୧୦ ଜୁନ(ଓଡିଶା ଡଟ୍ କମ୍) ବିଭିନ୍ନ ସ୍ଥାନରେ ବୁଧବାର ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଭୁବନେଶ୍ୱରରେ ରାଜ୍ୟର ଦିନର ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

କେତେକ ସ୍ଥାନରେ ଏପରି ଗରମ ସହ ଗୁଳୁଗୁଳି ଆହୁରି ଦିନେ ଦୁଇଦିନ ଅନୁଭୁତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି। ଉତ୍ତର-ପଶ୍ଚିମ ଜିଲ୍ଲାରୁ ଗତ ଦୁଇ ତିନି ଦିନ ହେବ ଗରମ ପବନ ବହିବା ଯୋଗୁଁ ରାଜ୍ୟରେ ତାପମାତ୍ରା ବଢିଛି ବୋଲି ସେ କହିଛନ୍ତି।

ତେବେ ଗୁରୁବାର ଠାରୁ ତାପମାତ୍ରା ଧୀରେଧୀରେ କମିବାର ସମ୍ଭାବନା ରହିଥିବା ସେ କହିଛନ୍ତି । ବୁଧବାର ଅନ୍ୟ ଯେଉଁ ସ୍ଥାନରେ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ସେହି ସହର ଗୁଡିକ ହେଲା ଚାନ୍ଦବାଲିରେ ୪୩.୦ ଡିଗ୍ରୀ ସେଲସିୟସ, ସମ୍ବଲପୁରରେ ୪୨.୯ ଡିଗ୍ରୀ ସେଲସିୟସ, ଅନୁଗୁଳରେ ୪୨.୭ ଡିଗ୍ରୀ ସେଲସିୟସ ଓ ତାଳଚେରରେ ୪୨.୨ ଡିଗ୍ରୀ ସେଲସିୟସ ।

ସେହିପରି ବାରିପଦାରେ ୪୧.୮ ଡିଗ୍ରୀ ସେଲସିୟସ, ହୀରାକୁଦରେ ୪୧.୭ ଡିଗ୍ରୀ ସେଲସିୟସ, ବାଲେଶ୍ଵରରେ ୪୧.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରା ଯାଇଥିବା ବେଳେ, ସୁନ୍ଦରଗଡ ଓ ଟିଟିଲାଗଡରେ ତାପମାତ୍ରା ୪୧.୦ ଡିଗ୍ରୀ ତଥା ଭବାନୀପାଟଣାରେ କେନ୍ଦୁଝର , କଟକ ରେ ଓ ସୋନପୁରରେ ସର୍ବୋଛ ତାପମାତ୍ରା ଯଥାକ୍ରମେ ୪୦.୨, ୩୯.୫, ୩୯.୫ ଓ ୩୯.୪ ଡିଗ୍ରୀ ସେଲସିୟସ ରହିଥିବା ପାଣିପାଗ ଅଫିସ କହିଛି ।

ସରକାରୀ ସୂତ୍ରରୁ ମିଳିଥିବା ସୁଚନାନୁସାରେ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ୪୧ ରହିଛି ।

ଓଡିଶା ଡଟ୍ କମ୍

Exit mobile version