Site icon Odisha.com

ପ୍ରଚାର ବ୍ୟାପକ କରିବାପାଇଁ କଂଗ୍ରେସର ମିଡିଆ ଟିମ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର,୧୧ ଜୁନ(ଓଡିଶା ଡଟ୍ କମ୍) ବିଭିନ୍ନ ଗଣ ମାଧ୍ୟମରେ ନିଜର ଉପସ୍ଥିତିକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ କଂଗ୍ରେସର ରାଜ୍ୟ ଶାଖା ମିଡିଆ ଟିମ ଗଠନ କରିଥିବା ପାର୍ଟିର ଜଣେ ବରିଷ୍ଠ ନେତା ଗୁରୁବାର କହିଛନ୍ତି ।

ରାଜ୍ୟ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ଗଠନ କରିଥିବା ମିଡିଆ ସେଲର ଅଧ୍ୟକ୍ଷ ଭାବେ ପ୍ରଫେସର କୈଳାଶ ଆଚାର୍ଯ୍ୟଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ପୂର୍ବତନ ମନ୍ତ୍ରୀ ଗଣେଶ୍ଵର ବେହେରାଙ୍କୁ ଦଳର ମୁଖ୍ୟ ପ୍ରବକ୍ତା ବା ମୁଖପାତ୍ର ଭାବେ ଘୋଷଣା କରାଯାଇଛି ।

ସୋସିଆଲ୍ ମିଡିଆ ସେଲର ଅଧକ୍ଷ ଭାବେ ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲ୍ ଦାୟିତ୍ଵ ତୁଲାଇବେ ।

ସେହିପରି ସୁଲୋଚନା ଦାସ ମିଡିଆ ସଚିବ ଭାବେ କାର୍ଯ୍ୟ ତୁଲାଇବା ବେଳେ ମନୋଜ ମହାପାତ୍ର, ଦେବାଶିଷ ଭୂୟାଁ, ରବୀନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଓ ସୁଶାନ୍ତ ତ୍ରିପାଠୀ ସଂଯୋଜକ ଦାୟିତ୍ଵରେ ରହିବେ ।

ସୋସିଆଲ୍ ମିଡିଆ କମିଟିର ସଦସ୍ୟ ତାଲିକାରେ ବିଧାୟକ ଅଂଶୁମାନ ମହାନ୍ତି, ଦଳୀୟ ନେତା ସପ୍ତଗିରି ଉଲାକା, ସନ୍ତୋଷ କୁମାର ଭୋଳ, ମହେନ୍ଦ୍ର ସାହୁ, ସ୍ମୁତି ରଞ୍ଜନ ଲେଙ୍କା, ଅମୃତା ଦାସ, ଇପସିତା ପଣ୍ଡା, କମଳ ଚନ୍ଦ୍ର ନନ୍ଦୀ, ପିତବାସ ପଣ୍ଡା, ସମ୍ବିତ ଶ୍ରୀଚନ୍ଦନ, ଓ ଅଭିଜିତ ଲେଙ୍କା ଆଦିଙ୍କ ନାମ ରହିଛି । ଡ. ପ୍ରିୟବତ ମାଝୀ ସଚିବ ଭାବେ ଓ ଅଭିଷେକ ମହାନନ୍ଦ ଆବାହକ ଭାବେ କାର୍ଯ୍ୟ କରିବେ।

ସେହିପରି ମିଡିଆ ପ୍ୟାନେଲିଷ୍ଟ ବା ଦଳର ମୁଖପାତ୍ର ତାଲିକାରେ ବରିଷ୍ଠ ନେତା ଚନ୍ଦ୍ର ଶେଖର ସାହୁ, ଶରତ ରାଉତ, ମନୋରଞ୍ଜନ ମହାନ୍ତି, ଧରଣୀଧର ନାୟକ, ସାସଂଦ ରଞ୍ଜିବ ବିଶ୍ଵାଳ ଓ ବିଧାୟକ ପ୍ରଫୁଲ୍ଲ ମାଝିଙ୍କ ନାମ ରହିଛି ।

ଦଳର ମୁଖପାତ୍ର ଭାବେ ହମିଦ ହୁସେନ, ଦେବାଶିଷ ପଟ୍ଟନାୟକ, ସୁଲୋଚନା ଦାସ, ଗିରିଜା ଶଙ୍କର ଦାଶ, ଶ୍ୟାମ ସୁନ୍ଦର ହାଁସଦା, ଡ. ଲଲାଟେନ୍ଦୁ ମହାପାତ୍ର, ଲୋକନାଥ ରଥ, ସତ୍ୟ ଶିବ ଦାସ,   ଡ.ବିଶ୍ଵରଞ୍ଜନ ମହାନ୍ତି ଓ ସସ୍ମିତ ବେହେରା ଆଦିଙ୍କ ନାମ ରହିଛି ।

ଓଡିଶା ଡଟ କମ

Exit mobile version