Site icon Odisha.com

ଗିରିଧର, ପୁଅ ଶିଶିରଙ୍କ ବିଜେପିରେ ଯୋଗଦେବା ରାସ୍ତା ପରିଷ୍କାର

ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ, ଜୁନ ୧୨ (ଓଡିଶା ଡଟ କମ)ବିଜେପି ଅଧ୍ୟକ୍ଷ ଅମିତ ସାହା ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁତ୍ର ଶିଶିରଙ୍କ ପାର୍ଟିରେ ମିଶିବାର ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ଉଭୟଙ୍କ ବିଜେପି ରେ ମିଶିବାର ରାସ୍ତା ପରିଷ୍କାର ହୋଇଛି ।

ଦୁଇ ଗମାଙ୍ଗ ସାହାଙ୍କୁ ତାଙ୍କ ନୂଆ ଦିଲ୍ଲୀ ସ୍ଥିତ ବାସଭବନରେ ଭେଟି ପାର୍ଟିରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସାହଙ୍କା ସହ ସେମାନଙ୍କର  ଘଣ୍ଟା ବ୍ୟାପୀ ଆଲୋଚନା ହୋଇଥିଲା ।

ଏହି ଆଲୋଚନା ସମୟରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଉପସ୍ଥିତ ଥିଲେ ।

ଚାରି ଦିନ ପରେ ଭୁବନେଶ୍ଵରରେ ଆରମ୍ଭ ହେବାକୁ ଯାଉଥିବା ଦୁଇ ଦିନିଆଁ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚାର ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ବୈଠକରେ ଗମାଙ୍ଗଙ୍କ ଯୋଗଦାନ ନେଇ ଆନୁଷ୍ଠାନିକ ଘୋଷଣା କରାଯିବାର ସମ୍ଭାବନା ରହିଛି ।

ଏହି କାର୍ଯ୍ୟକ୍ରମରେ ଉଭୟ ଗମାଙ୍ଗ ଓ ଶିଶିରଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

ଜୁନ ୧୬ ଓ ୧୭ କିଟ୍ ର ସାତ ନମ୍ବର କ୍ୟାମ୍ପସର ଦୁଇ ନମ୍ବର ଅଡିଟୋରିଅମ ରେ ହେବାକୁ ଥିବା ଏହି ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ବୈଠକରେ ପାଞ୍ଚ ଜଣ କେନ୍ଦ୍ରୀୟ ମନ୍ତ୍ରୀ, ୨୯ ଜଣ ଏମପି, ବିଭିନ୍ନ ରାଜ୍ୟର ଆଦିବାସୀ ମନ୍ତ୍ରୀ, ଓ ଏମଏଲ ଏ ତଥା ପୂର୍ବତନ ଆଦିବାସୀ ଏମପି ଓ ଏମ ଏଲ ଏ ଅଂଶ ଗ୍ରହଣ କରିବେ ।

ଓଡିଶା ଡଟ କମ

Exit mobile version