Site icon Odisha.com

ପର୍ଶୁରାମ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ଶେଷ ବ୍ୟକ୍ତିର ଆତ୍ମସମର୍ପଣ

ଓଡିଶା ଡଟ କମ ସଂବାଦ ଦାତା

ବଲାଙ୍ଗିର,୧୨ ଜୁନ(ଓଡିଶା ଡଟ୍ କମ୍): ବଲାଙ୍ଗିର ଜିଲ୍ଲାରେ ଘଟିଥିବା ୪୧ ବର୍ଷ ତଳର ଚର୍ଚିତ ପର୍ଶୁରାମଙ୍କ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ତୃତୀୟ ଏବଂ ଶେଷ ବ୍ୟକ୍ତି ପୂର୍ବତନ ବିଧାୟକ ପ୍ରାସନ୍ନ ପାଲ ଶୁକ୍ରବାର ଏକ ସ୍ଥାନୀୟ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି ।

ପୂର୍ବରୁ ଏହି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ଓ ଜୀବିତ ଥିବା ତିନି ଜଣଙ୍କ ମଧ୍ୟରୁ ଧୋବେଇ ପୋଢଙ୍କୁ ପୋଲିସ ଗିରଫ କରିଥିବାବେଳେ ଗତ ବୁଧବାର ଆର୍ତ୍ତତ୍ରାଣ ସିଂଦେଓ ବଲାଙ୍ଗିର ଦୌରାଜଜଙ୍କ ଅଦାଲତରେ ଆତ୍ମସମର୍ପଣ କରିଥିଲେ ।

ସୂଚନା ଯୋଗ୍ୟ ଯେ ପରଶୁରାମ ଶତପଥି ନାମକ ଭାରତୀୟ ଲୋକ ଦଳ ପାର୍ଟିର ସହରର ଜଣେ ଜଣାଶୁଣା ଯୁବ ନେତା ତଥା ସାମ୍ବାଦିକଙ୍କ ଉପରେ ୨୯ ନଭେମ୍ବର ୧୯୭୪ ମସିହାରେ କେତେକ ଲୋକ ଜିପ ଚଢାଇ ମାରିଥିବାର ଅଭିଯୋଗ ହୋଇଥିଲା । ହତ୍ୟା କରିବା ପୂର୍ବରୁ ସେମାନେ ତାଙ୍କୁ ବାରମ୍ବାର ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ଏହି ମାମଲାରେ ପୂର୍ବରୁ ସ୍ଥାନୀୟ କୋର୍ଟ ଓ ପରେ ହାଇକୋର୍ଟ ପୁଲିସ ଚାର୍ଜସିଟ ଦାଖଲ କରିଥିବା ଲୋକ ମାନଙ୍କୁ ଖଲାସ କରିଦେଇଥିଲେ । ତେବେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ହାଇକୋର୍ଟ ଏହାର ପୁନଃ ଶୁଣାଣି କରି ନଅ ଜଣଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ ।

ତେବେ ସଜା ପାଇଥିବା ବ୍ୟକ୍ତି ଙ୍କ ମଧ୍ୟରୁ ଛଅ ଜଣଙ୍କର ଏହା ମଧ୍ୟରେ ମୃତ୍ୟୁ ହୋଇସାରିଥିବା ବେଳେ, ଜୀବିତ ଥିବା ତିନି ଜଣ ହେଲେ ଧୋବେଇ ପୋଢ, ପୂର୍ବତନ ବିଧାୟକ ପ୍ରସନ୍ନ ପାଲ ଓ ଆର୍ତତ୍ରାଣ ସିଂହଦେଓ ।

ପୋଢଙ୍କୁ ତାଙ୍କ ଗାଁ ପୁଇଁତଳା ବ୍ଲକର କୁରେଇବାହାଲ ଗ୍ରାମରୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ଆର୍ତତ୍ରାଣ ସିଂହଦେଓ ସ୍ଥାନୀୟ ଦୌରାଜଜଙ୍କ ଅଦାଲତରେ ନିକଟରେ ଆତ୍ମସମର୍ପଣ କରିଥିଲେ ।

ଓଡିଶା ଡଟ କମ

Exit mobile version