Site icon Odisha.com

ରାଜ୍ୟରେ ପହଞ୍ଚିଲା ମୌସୁମୀ, ବିଭିନ୍ନ ସ୍ଥାନରେ ବର୍ଷା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୧୩ ଜୁନ(ଓଡିଶା ଡଟ୍ କମ୍): ଶନିବାର ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିବା ପାଣିପାଗ ଅଫିସ କହିଛି ।

ଏହା ମାଲକାନଗିରି ଜିଲ୍ଲାର ସମସ୍ତ ଅଞ୍ଚଳ ଓ କୋରାପୁଟ ର କିଛି ଅଞ୍ଚଳରେ ସକ୍ରିୟ ରହିଛି । ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଥିବା ବେଳେ କେତେକ ସ୍ଥାନରେ ଝିପି ଝିପି ବର୍ଷା ଲାଗିରହିଛି ।

ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ଆଗାମୀ ଦୁଇଦିନ ଭିତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଏହି ଅଫିସ ପ୍ରକାଶ କରିଛି ।

ରାଜ୍ୟରେ ମୌସୁମୀ ବାୟୁ ସାଧାରଣତଃ ଜୁନ ୧୦ ରୁ ୧୫ ମଧ୍ୟରେ ପ୍ରବେଶ କରିଥାଏ । ଚଳିତ ବର୍ଷ ଏହା ରାଜ୍ୟରେ  ସ୍ଵାଭାବିକ ସମୟରେ ପ୍ରବେଶ କରିବାର ସମ୍ଭାବନା ଥିବା ସ୍ଥାନୀୟ ପାଣିପାଗ ଅଫିସ ପୂର୍ବରୁ ଆକଳନ କରିଥିଲା ।

ଓଡିଶା ଡଟ କମ

Exit mobile version