Site icon Odisha.com

ବର୍ଷାପୂର୍ବରୁ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳରେ ମକ ଡ୍ରିଲ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର,୧୩ ଜୁନ(ଓଡିଶା ଡଟ୍ କମ୍): ବର୍ଷା ପୂର୍ବରୁ ରାଜ୍ୟର ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ମକ ଡ୍ରିଲ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଯଦି ବନ୍ୟା ହୁଏ ତେବେ ବନ୍ୟା ନିୟନ୍ତ୍ରଣରେ ନିଯୁକ୍ତ ଥିବା ସମସ୍ତ ବିଭାଗ ଇ-ମେଲ ଜରିଆରେ ବନ୍ୟାର ବିସ୍ତ୍ରୁତ ବିବରଣୀ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ (ଏସଆରସି)ଙ୍କୁ ପ୍ରତ୍ୟେକ ଦିନ ଜଣାଇବେ। ଠିକ ସେହିପରି ବିଭାଗରେ ନିଯୁକ୍ତି ପାଇଥିବା ନୋଡାଲ ଅଫିସରଙ୍କ ଠିକଣା ଓ ଫୋନ ନମ୍ବର ମଧ୍ୟ ତାଙ୍କ ନିକଟରେ ଅତି ଶୀଘ୍ର ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପାଣିପାଗ ବିଭାଗ ତରଫରୁ ବନ୍ୟାର ସମସ୍ତ ସତର୍କ ସୂଚନା ଗଣମାଧ୍ୟମ ଓ ସରକାରୀ କର୍ତ୍ତୁପକ୍ଷଙ୍କ ନିକଟକୁ ପଠାଯିବ। ପାରାଦୀପରେ ଓ ଗୋପାଳପୁରରେ ପାଣିପାଗ ବିଭାଗ ପକ୍ଷରୁ ନିର୍ମଣାଧୀନ ଡପ୍ଲାର ରାଡ଼ାରକୁ ଅତିଶୀଘ୍ର କାର୍ଯ୍ୟକ୍ଷମ କରାଯିବ । ସେହିପରି ବିଭିନ୍ନ ନଦୀରେ ସୃଷ୍ଟି ହୋଇଥବା ଘାଇର ମରାମତି କରାଯାଇଥିବା ବେଳେ ବିଭିନ୍ନ ନଦୀର ଦୁର୍ବଳ ଓ ସଙ୍କଟ ପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରାଯାଇଥିବା ସରକାର କହିଛନ୍ତି।

ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟଳାୟ ସମେତ ୧୬ ଟି ସ୍ଥାନରେ ସିଗନାଲଏସପିଙ୍କ ପକ୍ଷରୁ ଭିଏଚଏଚ ପ୍ରତିଷ୍ଠା କରାଯିବ ଓ ୧୦ ୟୁନିଟ ଓଡ୍ରାଫ ଓ ୧୨ ଟିମ ଏନଡ଼ିଆରଏଫ ବନ୍ୟା ପାଇଁ ପ୍ରସ୍ତୁତ କରି ରଖାଯାଇଥିବା ସ୍ଵତନ୍ତ୍ର ରିଲିଫ କମିଶନର ଜିଭିଭି ଶର୍ମାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଏକ ପ୍ରାକ ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି ।

ଏଠାରେ ଉଲ୍ଲେଖ ଯୋଗ୍ୟଯେ ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟ ବ୍ୟାପୀ ପ୍ରବଳ ବର୍ଷା ହେବା ସହ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।

ଓଡିଶା ଡଟ କମ

Exit mobile version