Site icon Odisha.com

ବିନା ଲେ-ଆଉଟ୍ ରେ ରାଜଧାନୀରେ ଜମି ବିକ୍ରି ମନା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୧୮ ଜୁନ (ଓଡିଶା ଡଟ୍ କମ୍): ରାଜଧାନୀରେ ଜମି ବିକ୍ରେତା ଜମିର ବିନା ଲେ-ଆଉଟ୍ ପ୍ଳାନ ମଞ୍ଜୁରୀରେ ଏଥର ଜମି ବିକ୍ରି କରିପାରିବେ ନାହିଁ ବୋଲି ଭୁବନେଶ୍ଵର ଉନ୍ନୟନ କତୃପକ୍ଷ ( ବିଡ଼ିଏ) କହିଛି ।

ବହୁ ଲୋକ ଲେ-ଆଉଟ୍ ପ୍ଳାନ ନଥିବା ଜମି କିଣି ସାରିବା ପରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ବିଡ଼ିଏ ଏହି ନିୟମ ଜାରି କରିଛି ।

ଏହି ନିୟମ ଅନୁସାରେ ଜମି ମାଲିକ ବିନା ଲେ-ଆଉଟ୍ ପ୍ଳାନରେ ଯଦି ଜମି ବିକ୍ରି କରନ୍ତି, ଜମି କିଣୁଥିବା ଲୋକ ବିଡ଼ିଏ ରେ ଅଭିଯୋଗ କରିପାରିବେ । ଉକ୍ତ ଅଭିଯୋଗ ଉପରେ ବିଡ଼ିଏ ଜମି ମାଲିକ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିପାରିବ । ପୁଲିସ ଜମିମାଲିକକୁ ଗିରଫ କରି କୋର୍ଟ ଚାଲାଣ କରିପାରିବ ।

ବିଡ଼ିଏ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ଲେ-ଆଉଟ୍ ପ୍ଳାନକୁ ସବ୍-ରେଜିଷ୍ଟର ଅଫିସରରେ ଯାଞ୍ଚ କରିବାକୁ ରାଜସ୍ୱ ବିଭାଗକୁ କୁହାଯାଇଛି। ଜମି ବିକ୍ରି ପୂର୍ବରୁ ଲେ-ଆଉଟ୍ ପ୍ଳାନର ଯାଞ୍ଚ କରାଯିବ । ଏବଂ ଏହି ପ୍ଳାନ ନଥିଲେ ଜମି ବିକ୍ରି ହୋଇପାରିବ ନାହିଁ। କେବଳ ଜମି ବିକ୍ରେତା ନୁହେଁ ଜମି କିଣୁଥିବା ବ୍ୟକ୍ତି ମଧ୍ୟ ଲେ-ଆଉଟ୍ ପ୍ଳାନ ଦେଖି ଜମି କିଣିବାକୁ ବିଡ଼ିଏ କହିଛି ।

ଓଡିଶା ଡଟ୍ କମ୍

Exit mobile version