Site icon Odisha.com

ଓଡିଶା ଜନସେବା ଅଧିକାର ଆଇନରେ ୨୩୫ ଟି ନୂଆ ସେବା ଅନ୍ତ୍ରର୍ଭୁକ୍ତ

ଓଡିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ୨୦ ଜୁନ(ଓଡିଶା ଡ଼ଟ୍ କମ୍): ଓଡିଶା ଜନସେବା ଅଧିକାର ଆଇନ ୨୦୧୨ରେ (ଓଡିଶା ରାଇଟ ପବ୍ଲିକ ସର୍ଭିସ ଆକ୍ଟ) ରାଜ୍ୟ ସରକାର ୨୩୫ ଟି ନୂଆ ସେବା ଅନ୍ତ୍ରର୍ଭୁକ୍ତ କରିଛନ୍ତି। ଶନିବାର ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦିତ କରିଛନ୍ତି । ନୂଆ ସେବା ସମ୍ପର୍କିତ ବିଜ୍ଞପ୍ତି ଖୁବ ଶୀଘ୍ର ପ୍ରକାଶ ପାଇବ ।

ସୂଚନା ଯୋଗ୍ୟ ଯେ ଓଡିଶା ଜନସେବା ଅଧିକାର ଆଇନରେ ୧୨ ଟି ବିଭାଗର ୮୯ ଟି ସେବା ଅନ୍ତ୍ରର୍ଭୁକ୍ତ ଥିଲା । ଏହା ଦ୍ଵାରା ଏହି ସେବା ଗୁଡିକ ଜଣ ସାଧାରଣ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ପାଇପାରୁଛନ୍ତି।

ଏଥିରେ ୧୯ ଟି ବିଭାଗରେ ୨୩୫ ଟି ସେବା ଗ୍ରହଣ କରାଯାଇଛି । ୧୯ ତିରୁ ୧୧ ଟି ବିଭାଗକୁ ନୂତନ ଭାବରେ ଅନ୍ତ୍ରର୍ଭୁକ୍ତ କରାଯାଇଛି। ଏହାଦ୍ଵାରା ବର୍ତ୍ତମାନ ସମୁଦାୟ ୨୩ ଟି ବିଭାଗରେ ୩୨୪ ଟି ସେବା ଜନ ସାଧାରଣ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ପାଇପାରିବେ।

ନୂତନ ନିସ୍ପତି ଅନୁଯାୟୀ ବାଣିଜ୍ୟ ଓ ପରିବହନ ବିଭାଗକୁ ପୂର୍ବରୁ ୧୩ଟି ସେବାରେ ଅନ୍ତ୍ରର୍ଭୁକ୍ତ କରାଯାଇଥିବା ବେଳେ ବର୍ତ୍ତମାନ ୩୨ଟି ସେବାକୁ ଓ ରାଜସ୍ୱ ବିଭାଗର ୧୨ଟି ସେବା ୩୪ କୁ ବୃଦ୍ଧି କରାଯାଇଛି ।

ସେହିପରି ଅର୍ଥ ବିଭାଗର ସେବାକୁ ୩ ରୁ ୮, ଗୃହ ବିଭାଗର ସେବାକୁ ୧୫ ରୁ ୩୧, ଅନୁସୁଚୀତ ଜନ ଜାତି ଓ ଜାତି ଉନ୍ନୟନ ବିଭାଗର ସେବାକୁ ୨ ରୁ ୩, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସେବାକୁ ୨୨ ରୁ ୩୦, ଉଚ୍ଚଶିକ୍ଷା ବିଭାଗର ସେବା ୮ ରୁ ୩୯ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସେବାକୁ ୩ ରୁ ୧୭ କୁ ବୃଦ୍ଧି କରାଯାଇଛି।

ତେବେ ସ୍ୱାସ୍ଥ୍ୟ ବିଭାଗର ୨ଟି , ଗ୍ରାମ ଉନ୍ନୟନ ବିଭାଗର ଗୋଟିଏ, ମହିଳା ଶିଶୁ ବିକାଶ ବିଭାଗ ଗୋଟିଏ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୭ ଟି ସେବାରେ କୋଣସି ପରିବର୍ତନ କରାଯାଇନାହିଁ ।

ଯେଉଁ ବିଭାଗ ଗୁଡିକ ପୂର୍ବରୁ କୋଣସି ସେବାର ଅନ୍ତ୍ରର୍ଭୁକ୍ତ ନଥିଲା ସେଗୁଡିକ ହେଲା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ୨୯, ଶ୍ରମ ବିଭାଗ ୨୦, ପଞ୍ଚାୟତିରାଜ ୨, ଅବକାରୀ ୨, ଶିଳ୍ପ ୬, ଜଙ୍ଗଲ ଓ ପରିବେଶ ୧୧, ସାଧାରଣ ପ୍ରଶାସନ ୩, କୃଷି ୬, ନିଯୁକ୍ତି,ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ୧୧ ଏବଂ ସମବାୟ ବିଭାଗର ୨୮ ସେବା।

ଓଡିଶା ଡ଼ଟ୍ କମ୍

Exit mobile version