Site icon Odisha.com

ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ସତର୍କ ସୂଚନା ଜାରି

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଜୁନ ୨୦ (ଓଡିଶା ଡଟ କମ) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ପାଣିପାଗ ଅଫିସ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ ନ ଯିବା ପାଇଁ ସତର୍କ କରାଇଥିବା ବେଳେ, ରାଜ୍ୟର କେତେକ ସ୍ଥାନରେ ଆଗାମୀ ଦୁଇଦିନ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି କହିଛି ।

ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡିଶା ନିକଟ ସମୁଦ୍ରରେ ସ୍ତୃଷ୍ଟି ହୋଇଥିବା ଏହି ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡିଶା ଉପକୂଳରେ ଘଣ୍ଟା ପ୍ରତି ୪୫-୫୫ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଥିବା ପାଣିପାଗ ଅଫିସ କହିଛି ।

ରାଜ୍ୟର ସମସ୍ତ ବନ୍ଦରରେ ତିନି ନମ୍ବର ସତର୍କତା ସଂକେତ ଦିଆଯାଇଛି ।

ଓଡିଶା ଡଟ କମ

Exit mobile version