Site icon Odisha.com

ଘଟ ପରିବର୍ତ୍ତନ ବିଭ୍ରାଟ ପ୍ରତିବାଦରେ ପୁରୀ ବନ୍ଦ, ଜନଜୀବନ ପ୍ରଭାବିତ

ଓଡିଶା ଡଟ କମ ସଂବାଦ ଦାତା

ପୁରୀ , ଜୁନ ୨୪ (ଓଡିଶା ଡଟ କମ) ଶ୍ରୀଜିଉମାନଙ୍କର ଘଟ ପରିବର୍ତ୍ତନରେ ହୋଇଥିବା ‘ବିଭ୍ରାଟ’ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ଓକିଲ ମାନେ ଦେଇଥିବା ବାର ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ ପୁରୀ ସହରରେ ବୁଧବାର ଜନ ଜୀବନ ପ୍ରଭାବିତ ହୋଇଛି ।

ପୁରୀ ବାର ଆସୋସିଏସନର କର୍ମ କର୍ତ୍ତା ସହର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରେଳ ଷ୍ଟେସନ ଯାଇ ରେଳ ଲାଇନଉପରେ ବସିରହି ରେଳ ରୋକୋ କରିଥିଲେ । ଏହି ବନ୍ଦ ଡକରା ସମର୍ଥନରେ ସହରରେ ଦୋକାନ ବଜାର ବନ୍ଦ ଥିବା ବେଳେ ସ୍ଥାନୀୟ ଅଦାଲତ ମାନଙ୍କରେ ବିଚାର କାର୍ଯ୍ୟ ସମ୍ପୂର୍ଣ ପ୍ରଭାବିତ ହୋଇଥିଲା ।

ପୁରୀ ଓକିଲଙ୍କ ଏହି ବିରୋଧକୁ ରାଜ୍ୟର ଉଭୟ ବିରୋଧୀ ଦଳ କଂଗ୍ରେସ, ଓ ବିଜେପି ସମର୍ଥନ କରୁଥିବା ବେଳେ, ହାଇକୋର୍ଟ ସମେତ ରାଜ୍ୟର ଅନ୍ୟ ବାର ଏସୋସିଏସନ ମଧ୍ୟ ସମର୍ଥନ ଜଣାଇଛି । ଏହି ‘ବିଭ୍ରାଟ’ ର ବିଚାର ବିଭାଗୀୟ ତଦନ୍ତ କରିବା ପାଇଁ ଓକିଲ ତଥା ରାଜ୍ୟର ବିଭିନ୍ନ ମହଲ ଦାବି କରିଛନ୍ତି ।

ଓଡିଶା ଡଟ କମ

Exit mobile version