• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

Odisha.com

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ପ୍ରକାଶ ମିଶ୍ରଙ୍କ ବିରୋଧରେ ମାମଲା ରଦ୍ଦ ପରେ ଅଡୁଆରେ ସରକାର

June 28, 2015 by News Bureau 1 Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୨୮ ଜୁନ (ଓଡିଶା ଡଟ୍ କମ୍): ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ରଙ୍କ ବିରୋଧରେ ରାଜ୍ୟ ଭିଜିଲାନସ୍ କରିଥିବା ଦୁର୍ନୀତି ମାମଲା ନିକଟରେ ହାଇକୋର୍ଟ ଦ୍ଵାରା ରଦ୍ଦ ହୋଇଯିବାପରେ ରାଜ୍ୟ ସରକାର ଅଡୁଆରେ ପଡିଛନ୍ତି ।

ବିରୋଧିଦଳ ଏହାକୁ କେନ୍ଦ୍ର କରି ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ଉତ୍କଳ ଭାରତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିଜିଲାନସ୍ ନିର୍ଦ୍ଦେଶକ କେ.ବି ସିଂହଙ୍କ ବିରୁଦ୍ଧରେ କାର୍ଯ୍ୟ।ନୁଷ୍ଠାନ ଦାବିକରି ସ୍ଥାନୀୟ କ୍ୟାପିଟାଲ ଥାନାରେ ଶନିବାର ଏକ ଏତଲା ଦାଖଲ କରିଛନ୍ତି ।

ଉତ୍କଳ ଭାରତ ନେତା ଖାରବେଳ ସ୍ଵାଇଁ କହିଛନ୍ତି ଯେ ପ୍ରକାଶ ମିଶ୍ର ଜଣେ ସଚ୍ଚୋଟ, ଭଲ ଓ ଉତ୍ତମ ସ୍ଵଭାବର ଅଫିସର ହୋଇଥିବା ବେଳେ ବିନା ପ୍ରମାଣରେ ତାଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରଯାଇଥିଲା ।ସରକାର ଜାଣିଶୁଣି ତାଙ୍କୁ ସିବିଆଇ ନିର୍ଦ୍ଦେଶକ ନ କରାଇଦେବା ପାଇଁ ଏହି ଷଡଯନ୍ତ୍ର କରିଥିଲେ ।

ଯଦି ପୋଲିସ ମୁଖ୍ୟମନ୍ତ୍ରୀ ଓ ଭିଜିଲାନସ୍ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ ନ କରେ ତେବେ ସେ ଅଦାଲତର ଆଶ୍ରୟ ନେବେ ବୋଲି ସ୍ଵାଇଁ କହିଛନ୍ତି ।

ବିରୋଧିଦଳ ନେତା ନରସିଂହ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ଯେ, ପ୍ରକାଶ ମିଶ୍ରଙ୍କ ମାମଲାରେ ଉଚ୍ଚନ୍ୟାୟାଳୟ ଶ୍ରୀ ମିଶ୍ରଙ୍କ ସପକ୍ଷରେ ରାୟ ଦେଇ ରାଜ୍ୟସରକାରଙ୍କ ସବୁ କୁକର୍ମକୁ ପଦାରେ ପକାଇଦେଇଛି । ବିଜେଡ଼ି ସରକାର ନିର୍ବାଚନ ସମୟରେ ଟଙ୍କା ବାଣ୍ଟିବା, ଚିଟଫଣ୍ଡ ଠକେଇ ଓ ଖଣି ଦୁର୍ନୀତି ଭଳି ଘଟଣାରେ ସରକାରଙ୍କ କୋହଳ ମନୋଭାବ ଆଦିର କାରଣ ଆଜି ସମସ୍ତଙ୍କ ସାମ୍ନା କୁ ଆସିଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ନିଜ ପିଟିସନରେ ଲେଖିଛନ୍ତି ଯେ ନିର୍ବାଚନ ସମୟରେ ବଣ୍ଟା ଯାଇଥିବା ଅର୍ଥକୁ ସେ ଜବତ କରିଥିବାରୁ ତାଙ୍କ ଉପରେ ରାଜନୈତିକ ଚାପ ପକାଯାଇଥିଲା ଯାହାକୁ ସେ ଖାତିର କରିନଥିଲେ ତେଣୁ ପରବର୍ତ୍ତୀ ସମୟରେ ତାଙ୍କ ବିରୋଧରେ ଏପରି ଷଡଯନ୍ତ୍ର କରାଯାଇ ତାଙ୍କୁ ଅପମାନିତ କରାଯାଇଛି ।

ଜଣେ ଡ଼ିଜିଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କେହି ଚାପ ପକାଇପାରିବେ ନାହିଁ ତେଣୁ ଏଥିରେ ମୁଖ୍ୟମନ୍ତ୍ରୀ ଜଡିତ ଅଛନ୍ତି ଏକଥା ସେ ଅସ୍ଵୀକାର କରିପାରିବେ ନାହିଁ ବୋଲି ସେ କହିଛନ୍ତି ।

ସେ ୨୦୧୪ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯିବାପାଇଁ ଦାବି କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଇସ୍ତଫା ଦେବା ଓ ଭିଜିଲାନସ୍ ନିର୍ଦ୍ଦେଶକ କାନୱାର ବ୍ରଜେଶ ସିଂହଙ୍କୁ କାର୍ଯ୍ୟରୁ ବହିସ୍କାର କରାଯିବା ପାଇଁ ଦାବି କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଯଦି ମିଶ୍ରଙ୍କ ନାମରେ ଭିଜିଲାନସ୍ ତଦନ୍ତ ହୋଇନଥାନ୍ତା ତେବେ ସେ ସିବିଆଇର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇବାର ଯଥେଷ୍ଟ ସମ୍ଭାବନା ଥିଲା । ବର୍ତ୍ତମାନ ସେ ସିଆରପିଏଫର ମହା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଉଛନ୍ତି।

ଓଡିଶା ଡଟ୍ କମ୍

What's Your Reaction?

  • AngryAngry
    0
    Angry
  • CryCry
    0
    Cry
  • CuteCute
    0
    Cute
  • LOLLOL
    0
    LOL
  • LoveLove
    0
    Love
  • OMGOMG
    0
    OMG
  • WTFWTF
    0
    WTF
News Bureau
News Bureau

Filed Under: ରାଜନୀତି Tagged With: ପ୍ରକାଶ ମିଶ୍ର

Reader Interactions

Comments

  1. durgasankarbag says

    June 28, 2015 at 3:24 pm

    kedarmishranku dhanysbad

    Reply

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

RSS LATEST

  • ବଣ୍ଟା ଯାଉନଥିଲା ରାସନ ସାମଗ୍ରୀ, ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବଣ୍ଟନ ପାଇଁ ମେୟରଙ୍କ ନିର୍ଦ୍ଦେଶ
  • ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ମେଡିକାଲ ଚେକ୍ଅପ୍ ପାଇଁ ଆସି ଚମ୍ପଟ ମାରିଲେ ୨ ଅଭିଯୁକ୍ତ
  • ରାଜ୍ୟରୁ ଆଉ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
  • ସିଭିଲ ଡିଫେନ୍ସ ତରଫରୁ ପ୍ରଶିକ୍ଷଣ ଶିବିର ଆୟୋଜିତ
  • ରାଜଧାନୀରେ ବୋମାମାଡ଼
  • ମଇ ୨୨ରେ ସିଲଭର ଜୁବୁଲି ପାଇଁ ପ୍ରସ୍ତୁତି ବୈଠକ
  • କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା
  • ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ରାମଚନ୍ଦ୍ର
  • ହାତୀ ମୃତ୍ୟୁ ସଂଖ୍ୟା ତିନରେ ପହଞ୍ଚିଲା (ଅପଡେଟ)