Site icon Odisha.com

ରାଜ୍ୟରେ ହାତୀ ସଂଖ୍ୟା ୧୯୫୪କୁ ବୃଦ୍ଧି

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୨୯ ଜୁନ (ଓଡିଶା ଡଟ୍ କମ୍) ରାଜ୍ୟରେ ହାତୀ ସଂଖ୍ୟା ୧୯୫୪କୁ ବୃଦ୍ଧି ପାଇଥିବା ସରକାର ସୋମବାର ସୂଚନା ଦେଇଛନ୍ତି ।

ରାଜ୍ୟରେ ୨୦୧୨ରେ ୧୯୩୦ଟି ହାତୀ ଥିବା ବେଳେ ଗତ ୩ ବର୍ଷରେ ମଧ୍ୟରେ ଏହି ସଂଖ୍ୟା ୨୪କୁ ବୃଦ୍ଧି ପାଇଛି ।

ଚଳିତ ବର୍ଷ ରାଜ୍ୟର ୪୪ଟି ଜଙ୍ଗଲ ଡିଭିଜନରେ ହାତୀ ଗଣନା କରାଯାଇଥିଲା । ଏଥିପାଇଁ ବନ ବିଭାଗ ତରଫରୁ ୧୮୬୯ଟି ୟୁନିଟ୍ ରେ ୫,୬୦୭ ଜଣ କ୍ଷେତ୍ର କର୍ମଚାରୀଙ୍କୁ ନିୟୋଜିତ କରା ଯାଇଥିଲା ।

ଏହି ଗଣନାରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ସର୍ବାଧିକ ୩୩୭ଟି ହାତୀ ମୟୂରଭଞ୍ଜରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଢେଙ୍କାନାଳ, ଏଠାରେ ୧୬୪ଟି ହାତୀ ଅଛନ୍ତି  । ଗତ ୩ ବର୍ଷରେ ୨୧୩ ହାତୀ ବିଭିନ୍ନ କାରଣରୁ ମୃତ୍ୟୁ ବରଣ କରିଥିବା ସରକାର ସୂଚନା ଦେଇଛନ୍ତି ।

ଓଡିଶା ଡଟ୍ କମ୍

Exit mobile version