Site icon Odisha.com

ୟୁପିଏସସି ପରୀକ୍ଷାରେ ରାଜ୍ୟ ଛାତ୍ର ଛାତ୍ରୀଙ୍କ ସଫଳତା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୪ ଜୁଲାଇ (ଓଡିଶା ଡଟ୍ କମ୍) ୟୁନିଅନ ପବ୍ଲିକ ସର୍ଭିସ କମିଶନ ଦ୍ଵାରା ଭାରତୀୟ ପ୍ରଶାସନିକ ସେବାରେ ନିଯୁକ୍ତି ପାଇଁ ଗତ ବର୍ଷ ଅନୁଷ୍ଠିତ ହୋଇଥିବା ପରୀକ୍ଷାରେ ଏଥର ରାଜ୍ୟରୁ କୋଡିଏ ରୁ ଊର୍ଦ୍ଧ୍ଵ ଛାତ୍ର ଛାତ୍ରୀ ସଫଳତା ହାସଲ କରିଛନ୍ତି ।

ଶନିବାର ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ ରାଜ୍ୟର ଅନନ୍ୟା ଦାସ ୧୬ତମ ସ୍ଥାନ ହାସଲ କରିଥିବା ବେଳେ ମହମ୍ମଦ ଅବଦାଲ ଅଖତାର ୩୫ ତମ ସ୍ଥାନରେ, ଲିଙ୍ଗରାଜ ୩୮ତମ ସ୍ଥାନରେ, କ୍ରାନ୍ତି କୁମାର ପତି ୫୦ ତମ ସ୍ଥାନରେ, ପାମେଲା ଶତପଥି ୫୧ ତମ ସ୍ଥାନରେ ପ୍ରଭାତ ମଲ୍ଲିକ ୬୮ ତମ ସ୍ଥାନରେ ଓ ସ୍ମୃତି ରଂଜନ ମହାନ୍ତି ୮୭ ତମ ସ୍ଥାନରେ ରହି ସଫଳତା ହାସଲ କରିଛନ୍ତି ।

ସଫଳତା ହାସଲ କରିଥିବା ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରହିଛନ୍ତି ସନ୍ଦୀପ କୁମାର ମଲ୍ଲିକ, ଅରୁଣାଂସୁ ଗିରି, ଶତରୂପା ମିଶ୍ର, ନନ୍ଦ ଦୁଲାଳ ଦାସ, ଅପୂର୍ବ ମିଶ୍ର , ସୁଚରିତା ଦାସ, ଧୀମାନ ବରାଇ,ରାଜକୁମାର ଦାସ, ପରେଶ୍ଵର ଦାଶ, ରାକେଶ ଦାଶ, ସୌମ୍ୟା ମିଶ୍ର, ଆଶିଷ କୁମାର ପଣ୍ଡା ଓ ହୃଦୟ କୁମାର ଦାସ ।

ଓଡିଶା ଡଟ କମ

Exit mobile version