Site icon Odisha.com

ମାଓବାଦୀ ଗିରଫ ହେବାପରେ ସାଥିର ଆତ୍ମହତ୍ୟା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର,୧୨ ଜୁଲାଇ(ଓଡ଼ିଶା ଡ଼ଟ୍ କମ୍): ଛତିଶଗଡ ମାଓବାଦୀ ଦଳର ଜଣେ ମହିଳା କ୍ୟାଡର ପୋଲିସ ଦ୍ଵାରା ଗିରଫ ହେବ ପରେ ତାର ଜଣେ ସାଥି ଭୟରେ ଆତ୍ମହତ୍ୟା କରିଥିବା ପୁଲିସ କହିଛି ।

ନିର୍ମଳା ନାମକ ଏହି ମହିଳା ସାଥି ଗୌତମ ବାଗ ସହିତ ପଡୋଶୀ ରାଜ୍ୟ ବିଶାଖାପାଟଣାକୁ ଚିକିତ୍ସିତ ହେବାକୁ ଯାଉଥିବା ବେଳେ ବଲାଙ୍ଗୀର ପୋଲିସ କୌଣସି ସୂତ୍ରରୁ ସୂଚନା ପାଇ ତାକୁ ଚିହ୍ନଟ କରି ଗିରଫ କରିଥିଲା ।

ପୋଲିସ ଗୌତମ ବାଗ କୁ ପଚରାଉଚରା କରିବାପରେ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଜୁରାବନ୍ଧ ଗାଁରେ ଥିବା ତା’ଘର ଉପରେ ଚଢାଉ କରି ଏକ ପିସ୍ତଲ୍ ସହ ମାଓବାଦୀମାନେ ବ୍ୟବହାର କରୁଥିବା ଅନ୍ୟାନ୍ୟ ସାମଗ୍ରୀ ସବୁ ଜବତ କରିଛି ।

ତେବେ ଗିରଫଦାରୀ ଭୟରେ ପୋଲିସ୍ ବ୍ୟାରେକରେ ପଶି ଗୌତମ ଆତ୍ମହତ୍ୟା ପାଇଁ ଉଦ୍ୟମ କରିବା ପରେ ତାକୁ ସ୍ଥାନୀୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେ ଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ନିର୍ମଳା ବହୁଗୁଡିଏ ଜଘନ୍ୟ ଅପରାଧରେ ଜଡିତ ଥିବା ସହ ବଲାଙ୍ଗୀର ଜିଲ୍ଲାର ବହୁ ମାଓ ଗତିବିଧିରେ ସକ୍ରିୟ ଭୂମିକା ଗ୍ରହଣ କରୁଥିଲା ।

ଓଡିଶା ଡଟ କମ

Exit mobile version