Site icon Odisha.com

ହୀରାକୁଦରୁ ଛଡାଗଲା ପ୍ରଥମ ବନ୍ୟାଜଳ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ବୁର୍ଲା,୧୩ ଜୁଲାଇ (ଓଡିଶା ଡଟ୍ କମ୍): ସମ୍ବଲପୁର ଜିଲ୍ଲାର ବୁର୍ଲ୍ଲା ସ୍ଥିତ ହୀରାକୁଦ ଡ୍ୟାମରୁ ସୋମବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ମହାନଦୀକୁ ଛଡାଯାଇଛି ।

ଡ୍ୟାମ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ପ୍ରାୟ ଦିନ ୧୨.୩୦ ମିନିଟ ସମୟରେ ୭ ନମ୍ୱର ଗେଟରୁ ଜଳ ନିଷ୍କାସନ କରାଯିବାର କିଛି ସମୟ ପରେ ଅନ୍ୟ ତିନୋଟି ଗେଟ ଖୋଲାଯାଇଥିଲା ।

“ହୀରାକୁଦ ଡ୍ୟାମରେ ୬୩୦ ଫୁଟ ପାଣି ରହିବାର କ୍ଷମତା ଥିବା ବେଳେ ସୋମବାର ସକାଳ ସୁଦ୍ଧା ଏହାର ଜଳ ସ୍ତର ୬୧୫.୬ ଫୁଟ ଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମହାନଦୀର ଉପରମୁଣ୍ଡରେ ଅଧିକ ବର୍ଷା ହୋଇ ନ ଥିଲେ ମଧ୍ୟ ଇବ୍ ନଦୀରେ ବନ୍ୟା ଯୋଗୁଁ ଡ୍ୟାମର ଜଳ ପତ୍ତନ କ୍ରମଶଃ ବୃଦ୍ଧି ପାଉଛି ।

ସେ କହିଛନ୍ତି ଯେ, “ଜୁଲାଇ ଶେଷ ସୁଦ୍ଧା ଡ୍ୟାମର ଜଳପତ୍ତନ ୬୧୦ ଫୁଟର ତଳେ ରଖିବାର ନିୟମ ଥିବାରୁ ଆଜି ଏହି ଜଳ ନିଷ୍କାସନ କରାଯାଇଛି।”

ଜଳ ନିଷ୍କାସନ ପୂର୍ବରୁ ସ୍ଥାନୀୟ ଅଞ୍ଚଳ ସମେତ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବା ଓ ନଦୀ ନିକଟକୁ ନଯିବା ପାଇଁ କୁହାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତବର୍ଷ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ଜୁଲାଇ ୨୪ ରେ ନିଷ୍କାସିତ କରାଯାଇଥିଲା।

ଓଡିଶା ଡଟ୍ କମ୍

Exit mobile version