Site icon Odisha.com

ମୁହଁରେ ବ୍ରଣ ବାହାରିଲେ କଣ କରିବେ ?

ମୁହଁରେ ବ୍ରଣ ବାହାରିଲେ କଣ କରିବେ ?

ନଳିନୀ ପ୍ରଧାନଙ୍କ ଠାରୁ

ମୁହଁରେ ଅଧିକ ବ୍ରଣ ହେଉଥିଲେ ଏହା ଉପରେ ହଳଦୀ ଓ ନିମ ପତ୍ର ବାଟି ଲଗେଇବାର ୧୫ମିନିଟ ପରେ ଧୋଇ ଦିଅନ୍ତୁ । ଦେଖିବେ ବ୍ରଣ ହେବନି କି ଦାଗ ବି ରହିବନି । ସେହିପରି ଚାହିଁଲେ ନିମ ପତ୍ରକୁ ପାଣିରେ ଫୁଟାଇ ଟୋନର ପରି ବ୍ୟବହାର କରିପାରିବେ।

ଲେମ୍ବୁ ରସ ସହ ମହୁକୁ ମିଶାଇ ମୁହଁରେ ଲଗାଇ ୧୦ ମିନିଟ ପରେ ଧୋଇଦେବେ, ଦେଖିବେ ମୁହଁ ଉଜ୍ଜ୍ଵଳ ଦେଖା ଯିବ । ସୂର୍ଯ୍ୟ କିରଣ ଯୋଗୁଁ ମୁହଁରେ ହେଉଥିବା ଟ୍ୟାନକୁ ଦୂର କରିବା ପାଇଁ ଟମାଟୋର ପେଷ୍ଟ କରି ଲଗାନ୍ତୁ ।

ସତେଜ କମଳା ଚୋପାର ଏକ ପ୍ରଲେପ ତିଆରି କରି ଏହାକୁ ମୁହଁରେ ଲଗାଇ ୧୫ ମିନିଟ ପରେ ମୁହଁ ଧୋଇଦିଅନ୍ତୁ ଦେଖିବେ ସତେଜ ଲାଗିବ । ନିୟମିତ ବ୍ୟବଧାନରେ ଘରେ ପେଡିକ୍ୟୁର କରନ୍ତୁ ।

ନଖ ଉଷୁମ ପାଣିରେ କିଛି ଶାମ୍ପୋ, ଲୁଣ ଓ ଡେଟଲ ପକାଇ ପ୍ରାୟ ୧୫-୨୦ ମିନିଟ ପର୍ଯ୍ୟନ୍ତ ସେଥିରେ ପାଦକୁ ବୁଡାଇ ରଖନ୍ତୁ। ଏହା ପରେ ପାଦକୁ ଭଲଭାବରେ ପୋଛି ମଇଶ୍ଚରାଇଜର ଲଗାନ୍ତୁ ।

ନିୟମିତ ବ୍ୟବଧାନରେ ହାତ ଓ ଗୋଡ ନଖ କାଟନ୍ତୁ ଓ ଏହାକୁ ସଫା ରଖନ୍ତୁ । ଗାଧୁଆ ଟବ ରେ ଲେମ୍ବୁ ରସ ପକାଇ ଗାଧୋଇଲେ ଏହା ଆପଣଙ୍କ ଶରୀରରୁ ବାହାରୁଥିବା ଝାଳ ଜନିତ ଦୁର୍ଗନ୍ଧରୁ ରକ୍ଷା କରିଥାଏ ।

ତ୍ଵଚାରେ ଡ୍ରାଏନେସ ଆଣିବା ପାଇଁ ଟାଲକମ ପାଉଡର ବ୍ୟବହାର କରନ୍ତୁ ।

Exit mobile version