Site icon Odisha.com

ଜମି ଅଧିଗ୍ରହଣ ବିଲକୁ ବିରୋଧ କରିବ ବିଜେଡ଼ି

ଜମି ଅଧିଗ୍ରହଣ ବିଲକୁ ବିରୋଧ କରିବ ବିଜେଡ଼ି

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୨୦ ଜୁଲାଇ (ଓଡିଶା ଡଟ୍ କମ୍): ଜୁଲାଇ ୨୧ ରେ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ବିଜେପିର ଜମି ଅଧିଗ୍ରହଣ ବିଲକୁ ବିରୋଧ କରିବ ବିଜେଡ଼ି । ରବିବାର ନବୀନ ନିବାସରେ ଅନୁଷ୍ଠିତ ମୌସୁମୀ ଅଧିବେଶନର ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ପ୍ରକଳ୍ପ ପାଇଁ ଜମି ହରାଉଥିବା ବ୍ୟକ୍ତିଙ୍କୁ ଏଥିରେ ଅଂଶୀଦାର କରିବାକୁ ବିଜେଡି ପକ୍ଷରୁ ପୂର୍ବରୁ ବାରମ୍ବାର କରାଯାଉଥିବା ଦାବିକୁ ଏଥର ଅଧିବେଶନରେ ପୁଣି ଦୋହରାଯିବ। ଏହା ସହ ବ୍ୟାପମ ଦୁର୍ନୀତି ଓ ପୋସ୍କୋ ପ୍ରସଙ୍ଗରେ କେନ୍ଦ୍ରଠାରୁ ଜବାବ ମଗାଯିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ଅନୁଷ୍ଠିତ ବୈଠକରେ ଲୋକସଭା ଓ ରାଜ୍ୟ ସଭାର ସମସ୍ତ ସାଂସଦମାନଙ୍କୁ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସାଂସଦ କଳ୍ପତରୁ ଦାସ, ସରୋଜିନୀ ହେମ୍ୱ୍ରମ, ସିଦ୍ଧାନ୍ତ ମହାପାତ୍ର ଓ ଅନୁଭବ ମହାନ୍ତି ପ୍ରମୁଖ ଅନୁପସ୍ଥିତ ରହିଥିଲେ ।

ସେହିପରି ରାଜ୍ୟସଭା ସାଂସଦ ବୈଷ୍ଣବ ଚରଣ ପରିଡା ଭାଷା ସମ୍ମିଳନୀ ବୈଠକରେ ଯୋଗଦେବା ପାଇଁ ଆଲୋଚନା ଆରମ୍ଭ ହେବା ପୂର୍ବରୁ ଚାଲିଆସିଥିଲେ।

ଓଡିଶା ଡଟ୍ କମ୍

Exit mobile version