Site icon Odisha.com

ମାଲକାନଗିରିରେ ୫ ମାଓବାଦୀଙ୍କ ଆତ୍ମସମର୍ପଣ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ମାଲକାନଗିରି,୨୩ ଜୁଲାଇ (ଓଡିଶା ଡଟ୍ କମ୍): ଦୁଇଜଣ ମହିଳାଙ୍କ ସମେତ ପାଞ୍ଚ ଜଣ ମାଓବାଦୀ ଗୁରୁବାର ମାଲକାନଗିରି ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ସେମାନେ ହେଲେ ଶୁଭ ମାଡକାମୀ(ରାଜୁ), ଲାକା କବୀସୀ, ଭୀମେ ମାଢୀ, ସୋମା ପଡିଆମୀ ଓ ଦେବେ ମାଡକାମୀ।

ଆନ୍ଧ୍ର ଓ ଛତିଶଗଡର ପ୍ରାୟ ୫୦ ରୁ ଅଧିକ ମାଓ ହିଂସାରେ ସାମିଲ ଥିବା ଏହି ମାଓବାଦୀ ମୋବାଇଲ ଟାୱାର ବିସ୍ଫୋରଣ, ଜିଲ୍ଲାର ଏମପିଭି-୨୧ ଗ୍ରାମରେ ନିର୍ବାଚନୀ ହିଂସା, କୋରାପୁଟର ଦାମନଯୋଡ଼ିରେ ଆକ୍ରମଣ ଓ ପୋଲିସ୍ ଇନଫର୍ମର ସନ୍ଦେହରେ ବହୁ ନିରୀହ ଆଦିବାସୀଙ୍କୁ ହତ୍ୟା ଆଦି ମାମଲାରେ ଜଡିତ ଥିବା ପୁଲିସ ଦାବି କରିଛି ।

ସେମାନଙ୍କ ମଧ୍ୟରୁ ରାଜୁ ଓ ସୋମାଙ୍କ ନାମରେ ପୂର୍ବରୁ ରାଜ୍ୟସରକାର ଏକ ଲକ୍ଷ ଟଙ୍କ।ର ପୁରସ୍କାର ରାଶି ଘୋଷଣା କରିଛନ୍ତି ।

ମାଓ କ୍ୟାମ୍ପରେ ଦିଆଯାଉଥିବା ଶାରୀରିକ ନିର୍ଯାତନା ସହିନପାରି ସେମାନେ ଆତ୍ମସମର୍ପଣ କରିଥିବା ସମସ୍ତେ ପୋଲିସକୁ କହିଛନ୍ତି । ସରକାରୀ ନିୟମ ଅନୁସାରେ ଆତ୍ମସମର୍ପଣ କରିଥିବା ଏହି ମାଓବାଦୀମାନଙ୍କୁ ଥଇଥାନ କରାଯିବ ବୋଲି ଜିଲ୍ଲା ପୁଲିସ ମୁଖ୍ୟ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version