• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

July 27, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ,୨୭ ଜୁଲାଇ (ଓଡିଶା ଡଟ୍ କମ୍): ଚଳିତ ଶତାବ୍ଦୀର ପ୍ରଥମ ନବକଳେବର ପର୍ବରେ ସୋମବାର ନବ ନିର୍ମିତ ଶ୍ରୀବିଗ୍ରହମାନଙ୍କ ରଥ ଉପରେ ପ୍ରଥମ ସୁନାବେଶର ଦର୍ଶନ କରିଛନ୍ତି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ।

ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଅଷାଢ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କର ସୁନାବେଶ କରାଯାଏ। ଏଥିରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଫେରି ସିଂହଦ୍ଵାର ସମ୍ମୁଖରେ ଉପସ୍ଥିତ ଥିବା ରଥାରୁଢ ଶ୍ରୀଜିଉମାନଙ୍କର ବିଧିମୁତାବକ ନୀତିକାନ୍ତି ପାଳନ ପରେ ବିଗ୍ରହମାନଙ୍କୁ ସୁନା ଅଳଙ୍କାରରେ ଆଭୂଷିତ କରାଯାଏ ।

ଶ୍ରୀମନ୍ଦିର ପ୍ରଶାସନ ଦ୍ଵାରା କରାଯାଇଥିବା ସ୍ଵତନ୍ତ୍ର ନୀତି ନିର୍ଘଣ୍ଟ ଅନୁସାରେ ହିଁ ଅପରାହ୍ନ ପ୍ରାୟ ୪ଟାରେ ମହାପ୍ରଭୁମାନଙ୍କର ସୁନାବେଶ ସମ୍ପର୍କିତ ବିଭିନ୍ନ ନୀତିକାନ୍ତି ଆରମ୍ଭ କରାଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ଶ୍ରୀବିଗ୍ରହମାନଙ୍କର ସୁନାବେଶ ।

ପୁଷ୍ପାଳକ, ଖୁଣ୍ଟିଆ, ଇତାପତି, ତଳୁଚ୍ଛ ଓ ଭିତରଚ୍ଛ ସେବାୟତମାନେ ଶ୍ରୀଜୀଉ ମାନଙ୍କୁ ଶ୍ରୀଭୂଜ, ଶ୍ରୀପୟର, ରତ୍ନ ପଦକ, ରତ୍ନ କିରୀଟ, ଓଡିଆଣି, କାନଫୁଲ, ମର୍କତ ମୁକୁଟ, ପଦ ପଲ୍ଲବ, ମୁଦି, କଣ୍ଠିମାଳ, ମର୍କତ ଯାଉଁଳି, ବଳା, ବାହୁଟି ଓ କଟି ମେଖଳା ଆଦି ୧୩୮ ପ୍ରକାରର ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ କରିଥିଲେ ।

ମିଳିଥିବା ସୂଚନା ଅନୁସାରେ ଅଳଙ୍କାର, ଆଭୂଷଣ ଓ ଆୟୂଧରେ ସୁସଜ୍ଜିତ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ସନ୍ଧ୍ୟା ପରେ ଭକ୍ତମାନଙ୍କ ସଂଖ୍ୟା ଧିରେଧିରେ ବୃଦ୍ଧି ପାଇଥିଲା ।

ଭକ୍ତମାନେ କିପରି ଶାନ୍ତିଶୃଙ୍ଖଳାର ସହ ଏହି ସୁନାବେଶ ଦର୍ଶନ କରିପାରିବେ ସେଥିପାଇଁ ରଥ ଚାରିପଟେ ସ୍ଥାନୀୟ ପ୍ରଶାସନ ବ୍ୟାରିକେଡ଼ର ବ୍ୟବସ୍ଥା କରିଛି । ରଥ ନିକଟକୁ ଭକ୍ତମାନଙ୍କୁ ଏକ ପ୍ରବେଶ ପଥ ଦେଇ ଧାଡିକରି ଛଡ଼ାଯାଇଥିବା ବେଳେ ତଦନୁରୂପ ପ୍ରସ୍ଥାନ ପଥ ଦେଇ ମଧ୍ୟ ଧାଡିମାଧ୍ୟମରେ ବାହାରକୁ ଯିବାର ବନ୍ଦୋବସ୍ତ କରାଯାଇଛି ।

ଲକ୍ଷାଧିକ ଭକ୍ତଙ୍କ ସମାଗମ କୁ ଦୃଷ୍ଟିରେ ରଖି ସହରରେ ପୋଲିସ ଫୋର୍ସ ମୁତୟନ କରାଯିବା ସହ ରାପିଡ଼ ଆକ୍ସନ ଫୋର୍ସ, ବୋମା ନିଷ୍କ୍ରୀୟକାରୀ ଦଳ, ଡଗ୍ ସ୍କ୍ୱାର୍ଡ, କ୍ୱିକ୍ ରେସପନ୍ସ ଟିମ୍ କୁ ମଧ୍ୟ ନିୟୋଜିତ କରାଯାଇଛି । ପୁରୀ ବଡଦାଣ୍ଡର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି ।

ସେହିପରି ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ସହର ଭିତରକୁ ଆସିବା ଓ ଯିବା ପାଇଁ ଦୁଇଟି ବାଇପାସର ବନ୍ଦୋବସ୍ତ କରାଯାଇଛି । ଭକ୍ତମାନଙ୍କ ସୁବିଧା ପାଇଁ ପୁରୀ ବଡଦାଣ୍ଡରେ ଦୁଇ ଚକିଆ ଗାଡି ଚଳାଚଳକୁ ବନ୍ଦ କରାଯାଇଛି।

ବର୍ଷକରେ ପାଞ୍ଚଥର ବିଭିନ୍ନ ସମୟରେ ଶ୍ରୀବିଗ୍ରହ ମାନଙ୍କର ସୁନାବେଶ ହୋଇଥାଏ । ଚାରି ଥର ରତ୍ନ ସିଂହାସନରେ ହେଉଥିବାବେଳେ ଗୋଟିଏ ଥର ରଥ ଉପରେ ଅନୁଷ୍ଠିତ ହୁଏ ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଧର୍ମ Tagged With: ସୁନାବେଶ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version