• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

Odisha.com

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

କଲାମଙ୍କ ବିୟୋଗରେ ଓଡିଶାରେ ଶୋକ

July 28, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ,୨୮ ଜୁଲାଇ (ଓଡିଶା ଡଟ୍ କମ୍): ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ଏପିଜେ ଅବଦୁଲ କଲାମଙ୍କ ବିୟୋଗରେ ସାରା ଓଡିଶାରେ ଶୋକର ଛାୟା ଖେଳିଯାଇଛି ।

ଓଡିଶା ସହ ଅଙ୍ଗାଙ୍ଗି ଭାବେ ଜଡିତ ରହିଥିବାରୁ କଲାମଙ୍କ ବିୟୋଗର ଖବର ବହୁ ଲୋକଙ୍କୁ ବିଚଳିତ କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି କହିଛନ୍ତି, ଅବଦୁଲ କଲାମ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ଵ ସହ ଦେଶର ଲୋକପ୍ରିୟ ରାଷ୍ଟ୍ରପତି ମଧ୍ୟ ଥିଲେ ।

ସେ ଦେଶର ଶିଶୁମାନଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ, ତାଙ୍କପରି ଜଣେ ବରପୁତ୍ରର ବିୟୋଗରେ ଦେଶରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି କଲାମ ଜଣେ ବିରଳ ବ୍ୟକ୍ତିତ୍ଵ ଥିଲେ । ଭାରତର କ୍ଷେପଣାସ୍ତ୍ର ଓ ଆଣବିକ ଅସ୍ତ୍ରର ଅନୁସନ୍ଧାନ ଓ ବିକାଶରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା ।

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଯୁବଶକ୍ତିର ପ୍ରେରଣା ଉତ୍ସ ଦର୍ଶାଇ କହିଛନ୍ତି, ଏକ ଗରିବ ପରିବାରରେ ଜନ୍ମ ହୋଇ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ସେ ଜଣେ ବଡମଣିଷ ହୋଇପାରିଥିଲେ। ତାଙ୍କର ବିୟୋଗରେ ଦେଶ ଏକ ବିରାଟ କ୍ଷତି ସହିଛି।

ସେହିଭଳି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଦେଶ ଜଣେ ମିଜାଇଲ ମାନବ କୁ ହରାଇଲ।

ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ, ଆଇନ ମନ୍ତ୍ରୀ ଅରୁଣ ସାହୁ, ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଏବଂ କିଟ୍ ଓ କିସ୍ ର ପ୍ରତିଷ୍ଠତା ଅଚ୍ୟୁତ ସାମନ୍ତ ପ୍ରମୁଖ ଏପିଜେ ଅବଦୁଲ କଲାମଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ତାଙ୍କର ବିୟୋଗ ଦେଶର ଏକ ଅପୂରଣୀୟ କ୍ଷତି ବୋଲି ଦର୍ଶାଇଛନ୍ତି।

ସୋମବାର ମେଘାଳୟର ରାଜଧାନୀ ସିଲିଂ ଆଇଆଇଏମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଉଥିବା ସମୟରେ ହଠାତ କଲାମ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ।

ତତକ୍ଷଣାତ ତାଙ୍କୁ ସେହି ଅନୁଷ୍ଠାନ ନିକଟସ୍ଥ ବେଥାନି ହସ୍ପିଟାଲରେ ଭର୍ତି କରଯାଇଥିଲା। ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା।

ତାଙ୍କ ବିୟୋଗରେ କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ମଙ୍ଗଳବାର ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, କଲେଜ, ଏବଂ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକର ଛୁଟି ପାଇଁ ଘୋଷଣା କରିଛନ୍ତି।

୧୯୩୧ ଅକ୍ଟୋବର ୧୫ରେ ତାମିଲନାଡୁର ରାମନାଥପୁରମ୍ ଜିଲ୍ଲା ଅନ୍ତର୍ଗତ ରାମେଶ୍ଵରମ୍ ଠାରେ ଜଣେ ଗରିବ ମୁସଲିମ ଡଙ୍ଗା ଚାଳକ ପରିବାରରେ ଜନ୍ମ ଗ୍ରହଣ କରିଥିବା କଲାମ ବହୁଘାତ ଓ ପ୍ରତିଘାତ ସତ୍ଵେ ନିଜକୁ ଜଣେ ବିଶିଷ୍ଠ ବ୍ୟକ୍ତି ଭାବେ ପ୍ରମାଣ କରିଥିଲେ ।

ଭାରତୀୟ କ୍ଷେପଣାସ୍ତ୍ରର ଜନକ କୁହାଯାଉଥିବା କଲାମ ଅତିକମରେ ୩୦ଟି ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଲାଭକରିବା ସହ ୧୯୮୧ରେ ପଦ୍ମଭୂଷଣ, ୧୯୯୦ରେ ପଦ୍ମ ବିଭୂଷଣ ପ୍ରାପ୍ତ କରିଥିଲେ। ୧୯୯୭ରେ ଇନ୍ଦିରାଗନ୍ଧି ଜାତୀୟ ଏକତା ସମ୍ମାନ, ୧୯୯୮ରେ ବୀର ସର୍ବରାକର ସମ୍ମାନ, ୨୦୦୦ରେ ରାଜା ରାମାନୁଜନ ସମ୍ମାନ, ଓ ୨୦୦୭ ରେ ୟୁକେ ରୟାଲ ସୋସାଇଟି ଦ୍ଵାରା କିଙ୍ଗ କାର୍ଲସ ପଦକ ଆଦି ପ୍ରାପ୍ତ କରିଥିଲେ।

ଏହାବ୍ୟତୀତ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଓ ଡକ୍ଟର ଜାକିର ହୁସନେଙ୍କ ପରେ ସେ ହେଉଛନ୍ତି ତୃତୀୟ ବ୍ୟକ୍ତିତ୍ଵ ଯିଏ ରାଷ୍ଟ୍ରପତି ହେବ ପୁର୍ବରୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରାପ୍ତ କରିଥିଲେ।
ଏପରି ଜଣେ ମହାନ ବ୍ୟକ୍ତିତ୍ଵଙ୍କର ହଠାତ ବିୟୋଗରେ ଦେଶ ଓ ସାରା ରାଜ୍ୟରେ ଏକ ଶୋକାକୁଳ ପରିବେଶ ଓ ପରିସ୍ଥିତି ସୃଷ୍ଟି ହୋଇଛି ।

ତାଙ୍କର ବିୟୋଗରେ ରାଷ୍ଟ୍ରପତି ଶୋକ ପ୍ରକାଶ କରି କହିଛନ୍ତି, ଦେଶ ତା’ର ଜଣେ ମହାନ ସନ୍ତାନକୁ ହରାଇଲ ଯିଏ ସଦାସର୍ବଦା ଜାତି ଓ ଦେଶ ପାଇଁ ନିଜ ପ୍ରାଣ ଉତ୍ସର୍ଗୀକୃତ କରୁଥିଲା।

ସେହିପରି ଭାରତର ବିଜ୍ଞାନକୁ ଏକ ନୂଆ ଶିଖରରେ ପହଞ୍ଚାଇଥିବା ଜଣେ ମାର୍ଗଦର୍ଶକକୁ ହରାଇଥିବା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀ କହିଛନ୍ତି, ଦେଶର ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଅତୁଳନୀୟ ଅବଦାନ ଥିବା କଲାମଙ୍କ ପରି ଜଣେ ମହାନ ବୈଜ୍ଞାନିକ ଓ ଶିକ୍ଷାବିତକୁ ହରାଇ ଦେଶର ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି।

ଓଡିଶା ଡଟ୍ କମ୍

What's Your Reaction?

  • AngryAngry
    0
    Angry
  • CryCry
    0
    Cry
  • CuteCute
    0
    Cute
  • LOLLOL
    0
    LOL
  • LoveLove
    0
    Love
  • OMGOMG
    0
    OMG
  • WTFWTF
    0
    WTF
ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: କଲାମ, ବିୟୋଗ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

RSS LATEST

  • ବଣ୍ଟା ଯାଉନଥିଲା ରାସନ ସାମଗ୍ରୀ, ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବଣ୍ଟନ ପାଇଁ ମେୟରଙ୍କ ନିର୍ଦ୍ଦେଶ
  • ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ମେଡିକାଲ ଚେକ୍ଅପ୍ ପାଇଁ ଆସି ଚମ୍ପଟ ମାରିଲେ ୨ ଅଭିଯୁକ୍ତ
  • ରାଜ୍ୟରୁ ଆଉ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
  • ସିଭିଲ ଡିଫେନ୍ସ ତରଫରୁ ପ୍ରଶିକ୍ଷଣ ଶିବିର ଆୟୋଜିତ
  • ରାଜଧାନୀରେ ବୋମାମାଡ଼
  • ମଇ ୨୨ରେ ସିଲଭର ଜୁବୁଲି ପାଇଁ ପ୍ରସ୍ତୁତି ବୈଠକ
  • କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା
  • ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ରାମଚନ୍ଦ୍ର
  • ହାତୀ ମୃତ୍ୟୁ ସଂଖ୍ୟା ତିନରେ ପହଞ୍ଚିଲା (ଅପଡେଟ)