Site icon Odisha.com

ଚୁଟି ଉପୁଡୁଥିଲେ କଣ କରିବେ ?

ନଳିନୀ ପ୍ରଧାନଙ୍କ ଠାରୁ

ଚୁଟି ଉପୁଡୁଥିଲେ ଗୋଟେ ବଡଚାମଚ ଅଦାରସ ସହ ଦୁଇ ବଡଚାମଚ ନଡିଆତେଲ କୁ ଏକାଠି ମିଶେଇ ଚୁଟିର ମୂଳରେ ଲଗାଇ, ଅଧଘଣ୍ଟା ପରେ ମୁଣ୍ଡ ଶାମ୍ପୂରେ ଧୋଇଦିଅନ୍ତୁ ।

ସେହିପରି ମୁଣ୍ଡରେ ରୂପି ହେଉଥିଲେ ଦୁଇ ବଡ ଚାମଚ ନଡିଆ ତେଲକୁ ଅଳ୍ପ ଉଷୁମ କରି ସେଥିରେ ଗୋଟେ ବଡ ଚାମଚ ଲେମ୍ବୁ ରସ ମିଶାଇ ଚୁଟିର ମୂଳରେ ମାଲିସ କରି ଅଧଘଣ୍ଟା ପରେ ମୁଣ୍ଡ ଶାମ୍ପୂରେ ଧୋଇଦିଅନ୍ତୁ ।

ଚୁଟିରେ ଚମକ ଚାହୁଁଥିଲେ ଗୋଟିଏ ଅଣ୍ଡାର ଧଳା ଅଂଶ ସହ ଦୁଇ ବଡଚାମଚ ମନ୍ଦାର ପେଷ୍ଟ, ଗୋଟିଏ ବଡଚାମଚ ଦହି, ଅଧା ବଡଚାମଚ ଲେମ୍ବୁରାସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ତାକୁ ପୁରା ମୁଣ୍ଡରେ ଲଗାନ୍ତୁ ଓ ଏକ ଘଣ୍ଟା ପରେ ମୁଣ୍ଡ ଶାମ୍ପୂରେ ଧୋଇଦିଅନ୍ତୁ ।

ମେଥିକୁ ରାତିସାର ପାଣିରେ ଭିଯାଇ ସକାଳେ ଏହାକୁ ବାଟି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟ ସହ କିଛି ଦହି ମିଶାଇ ଚୁଟି ମୂଳ ସହ ପୁରା ମୁଣ୍ଡରେ ଲଗାଇବାର ଏକ ଘଣ୍ଟା ପରେ ଶାମ୍ପୂ କରିଦିଅନ୍ତୁ । ଦେଖିବେ ମୁଣ୍ଡରୁ ରୂପି ଦୂରେଇଯିବା ସହ ଚୁଟିର ଚମକ ବଢିବ ।

Exit mobile version