Site icon Odisha.com

ପ୍ରସାଦଙ୍କ ନୂଆ ଟିମ, ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୧ ଅଗଷ୍ଟ (ଓଡିଶା ଡଟ୍ କମ୍): ରାଜ୍ୟ କଂଗ୍ରେସ (ପିସିସି) ସଭାପତି ଭାବେ ଦାୟିତ୍ଵ ନେବାର ସାତ ମାସ ପରେ ପ୍ରସାଦ ହରିଚନ୍ଦନ ପ୍ରଥମ କରି ଗଠନ କରିଥିବା ନୂଆ ଟିମରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଥିବା ପରିଲକ୍ଷିତ ହୋଇଛି ।

ପ୍ରସାଦଙ୍କର ଟିମ୍ ରେ ଅଛନ୍ତି ୫୫ ଜଣ ସମ୍ପାଦକ, ୩୭ ଜଣ ସଂଗଠନ ସମ୍ପାଦକ, ୨୫ ଜଣ ସହ ସମ୍ପାଦକ, ୨୩ ଜଣ ସ୍ଵତନ୍ତ୍ର ଆମନ୍ତ୍ରିତ ସଦସ୍ୟ, ୧୦ ଜଣ ଉପସଭାପତି ଓ ୫ ଜଣ ରାଜନୈତିକ ସମ୍ପାଦକ । ପ୍ରଥମଥର ପାଇଁ ଏହି ଟିମ୍ ରେ ରାଜନୈତିକ ସମ୍ପାଦକ ପଦବୀ ସୃଷ୍ଟି କରାଯାଇଛି ।

ଉପସଭାପତି ପଦରେ ଅଧିଷ୍ଠିତ ହୋଇଥିବା ସଭ୍ୟମାନେ ହେଲେ ରବୀନ୍ଦ୍ର ସେଠୀ, ରଞ୍ଜିବ ବିଶ୍ଵାଳ, ବିଜୟଲକ୍ଷ୍ମି ସାହୁ, ଯୁଧିଷ୍ଠିର ଜେନା, ପ୍ରଦୀପ ମାଝି, ନାରାୟଣ ଦାସ, ସୁଚରିତା ମହାନ୍ତି, ସନ୍ଧ୍ୟା ମହାପାତ୍ର, ସଦନ ନାୟକ ଓ ସୁରେଶ ମହାପାତ୍ର ।

ସେହିପରି ପିସିସି ସଭାପତିଙ୍କର ଏହି ନୂଆ ଦଳରେ ମହମ୍ମଦ୍ ମୋକିମଙ୍କୁ କୋଷାଧକ୍ଷ ଦାୟିତ୍ଵ ଦିଆଯାଇଛି। ମିଳିଥିବା ତଥ୍ୟାନୁଯାୟୀ, ପ୍ରସାଦଙ୍କ ଏହି ନୂଆ ଟିମରେ ପ୍ରାୟ ୭୭ ଜଣ ୪୦ ରୁ କମ୍ ବୟସର ସଦସ୍ୟ ଥିବା ବେଳେ ୧୧ ଜଣ ଆଦିବାସୀ, ୧୨ ଜଣ ସଂଖ୍ୟାଲଘୁ ଓ ୧୪ ଜଣ ଦଳିତ ସଭ୍ୟ ରହିଛନ୍ତି।

ଓଡିଶା ଡଟ୍ କମ୍

Exit mobile version