• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ତିନିଦିନିଆ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ସାରଥୀ

August 9, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ,୯ ଅଗଷ୍ଟ (ଓଡିଶା ଡଟ୍ କମ୍): ବହୁ ଚର୍ଚ୍ଚିତ ସାରଥୀବାବା ଓରଫ ସନ୍ତୋଷ ରାଉଳଙ୍କଙ୍କୁ ଜେରା କରି ଅଧିକ ତଥ୍ୟ ହାସଲ କରିବା ପାଇଁ କୋର୍ଟର ଅନୁମତି କ୍ରମେ ଶନିବାର କ୍ରାଇମବ୍ରାଞ୍ଚ ସାରଥୀଙ୍କୁ ତିନିଦିନିଆ ରିମାଣ୍ଡରେ ନେଇଛି ।

କଡା ସୁରକ୍ଷା ବଳୟ ଭିତରେ ସାରଥୀଙ୍କୁ କଟକ ଚୌଦ୍ଵାର ସର୍କଲ ଜେଲରୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ନିଆଯାଇଥିବା ଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ସେଠାରେ ତାଙ୍କୁ ଜେରା ପରେ ଆହୁରି ଅଧିକ ତଥ୍ୟ ଲୋକଲୋଚନାକୁ ଆସିପାରିବ ।

ଅନ୍ୟ ପକ୍ଷରେ ଶନିବାର ସାରଥୀଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ ଓ ଅଫିସରେ କ୍ରାଇମବ୍ରାଞ୍ଚ ଚଢାଉ କରି ଲାପଟପ, ମୋବାଇଲ, ସତ୍ୟମ ଚାରିଟେବଲ ଟ୍ରଷ୍ଟର କାଗଜ ପତ୍ର, ନିଜସ୍ୱ ବ୍ୟାଙ୍କ ଆକାଉଣ୍ଟ ଓ ଆଇଟି ରିଟର୍ଣ୍ଣ ଆଦି କାଗଜ ପତ୍ର ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଚାଟାର୍ଡ ଆକାଉଣ୍ଟାଣ୍ଟ ଗୀତିରଞ୍ଜନଙ୍କ ଉପସ୍ଥିତିରେ ସାରଥୀଙ୍କୁ ଜେରା କରାଯିବା ସହ ଫିଲ୍ମ ପ୍ରଯୋଜନା ଜଗତରେ ତାଙ୍କ ଦ୍ଵାରା ଲଗାଯାଇଥିବା ଟଙ୍କା ବିଷୟରେ ମଧ୍ୟ କ୍ରାଇମବ୍ରାଞ୍ଚ ତାଙ୍କୁ ପଚରାଉଚରା କରିବ ।

ଏଠାରେ ସୂଚନାଯୋଗ୍ୟ, ଗତ ଅଗଷ୍ଟ ୩ ତାରିଖ ଦିନ ହାଇଦ୍ରାବାଦର ଏକ ହୋଟେଲରେ ସାରଥିବାବା ଓ ତାଙ୍କ ସହ କଟକ ଏସସିବି ମେଡିକାଲ କଲେଜର ଜଣେ ଛାତ୍ରୀଙ୍କର ଏକାଠି ରହିବା ଖବର ପ୍ରଚାରିତ ହେବା ପରେ ସାରା ରାଜ୍ୟରେ ସାରଥି ବିରୋଧୀ

ଆନ୍ଦୋଳନ ଦେଖାଦେବାରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଉପରେ ନ୍ୟସ୍ତ କରଯାଇଥିଲା ।

କ୍ରାଇମବ୍ରାଞ୍ଚର ଏକ ଟିମ କେନ୍ଦ୍ରପଡା ସ୍ଥିତ ସାରଥୀଙ୍କ ବାରିମୂଳ ଆଶ୍ରମରେ ପହଞ୍ଚି ତାଙ୍କୁ ଜେରା କରିବା ପରେ ଗୁରୁବାର ବିଳମ୍ବିତ ରାତ୍ରିରେ ତାଙ୍କୁ ଆଶ୍ରମରୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଆଣିଥିଲେ । ଶୁକ୍ରବାର ମଧ୍ୟାହ୍ନରେ ତାଙ୍କୁ ଗିରଫ କରି ପୁଲିସ କୋର୍ଟ

ଚାଲାଣ କରିଥିଲା । ପରେ ତାଙ୍କୁ କଟକ ଚୌଦ୍ଵାର ଜେଲକୁ ପଠାଯାଇଥିଲା ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ Tagged With: କ୍ରାଇମବ୍ରାଞ୍ଚ ରିମାଣ୍ଡ, ସାରଥୀବାବା

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version